ରମ୍ଭା ଥାନାର ନୂତନ କୋଠାକୁ ଉଦଘାଟନ କଲେ ଡିଜି ଅଭୟ
ଗଂଜାମ, (ବିନୋଦ ପଲେଇ): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଦିନିକିଆ ଗଞ୍ଜାମ ଜିଲ୍ଲା ଗ୍ରସ୍ତରେ ଆସି ରମ୍ଭା ଥାନାର ନୂତନ କୋଠାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ନୁତନ ଭାବେ ନିର୍ମିତ ହୋଇଥିବା ଥାନା କୋଠରୀର ସମସ୍ତ ପ୍ରକାର ବ୍ୟବସ୍ଥା ରହିଥିବା ନେଇ ଖୁସି ବ୍ୟକ୍ତ କରିଥିଲେ।ଏହା ସହ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ପରିସ୍ଥିତି ଠିକଥିବା ସହ ୮୦୦ ନନବେଳ ୱାରେଣ୍ଟ ଧରିଥିବାରୁ ପୋଲିସର କର୍ଯ୍ୟଶୈଳକୁ ନେଇ ପ୍ରଶଂସା କରିଥିଲେ। ଏହି ଉଦଘାଟନ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଦକ୍ଷିଣାଞ୍ଚଳ ଡି ଆଇ ଜି ସତ୍ୟବ୍ରତ ଭୋଇ ,ଗଞ୍ଜାମ ଏସ ପି ବ୍ରିଜେଶ କୁମାର ରାୟ, ଛତ୍ରପୁର ଏସ ଡି ପି ଓ ଗୌତମ କିଶାନ ପ୍ରମୁଖ ଉପସ୍ଥିତ ଥିଲେ। ରମ୍ଭା ଥାନା ଅଧିକାରୀ ଦିପ୍ତିରଂଜନ ବେହେରାଙ୍କ ସଂଯୋଜନାରେ ଉଦଘାଟନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁର୍ବତନ ବ୍ଲକ ଅଧକ୍ଷ ସୁରଥ ପ୍ରଧାନ, ପୁର୍ବତନ ଅଧକ୍ଷ ବିଜୟ ବିଶ୍ୱାଳ, ବିଜେଡି ନେତା ରତ୍ନାକର ସାହୁ, ଟୁକୁନା ଦଳେଇ, ସରପଞ୍ଚ ନିରଞ୍ଜନ ରେଡି, ପୁର୍ବତନ ସରପଞ୍ଚ କେଦାର ସ୍ବାଇଁ, ଜୟ ସେନ ପ୍ରଧାନ, ଶିକ୍ଷାବିତ ବିଜୟ ବିଶ୍ୱାଳ, ବିଜେପି ନେତା ଭୀମସେନ ବେହେରା, ପ୍ରମୁଖ ଙ୍କ ସମେତ ରମ୍ଭା ଥାନାର ସେକେଣ୍ଡ ଅଫିସର ସଂଗ୍ରାମ କେଶରୀ ଦେଉରୀ, ବିକାଶ ସାମଲ, ସୁଧୀର ସେନାପତି, ଏଏସଆଇ ଦିଲ୍ଲୀପ କୁମାର ସାମଲ, ସୋମନାଥ ମହାରଣା, ସୀମାଞ୍ଚଳ ପ୍ରଧାନ ସମତେ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ଏହି ନୂତନ କୋଠାଟିର ଆୟତନ ୮୦୬୩ ସ୍କ୍ବାରଫୁଟ ହୋଇ ଥିବା ବେଳେ ଏହା ନିର୍ମାଣରେ ପ୍ରାୟତଃ ୧୭୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।


