ବାଲେଶ୍ବରର ଅଢେଇ ବର୍ଷର ଝିଅଠାରେ କରୋନା ପଜିଟିଭ୍
ବାଲେଶ୍ବର : ବାଲେଶ୍ବର ଜିଲ୍ଲାର ଦୁଇ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଅଢେଇ ବର୍ଷର ଝିଅ ରହିଥିବାର ସୂଚନା ରହିଛି । ନୀଳଗିରି ବରହମପୁର ଥାନା ଅଞ୍ଚଳର ଅଢେଇ ବର୍ଷର ଝିଅ କରୋନା ପଜିଟିଭ୍ ବୋଲି ଖବର ରହିଛି। ନୀଳଗିରି ଉପଜିଲ୍ଲାପାଳ ହରିଶଚନ୍ଦ୍ର ଜେନା ଏନେଇ ସୂଚନା ଦେଇଛନ୍ତି । ୧୬ ତାରିଖରେ ସାମ୍ପଲ୍ ନିଆଯାଇଥିଲା ଆଜି ରିପୋର୍ଟ ଆସିଥିଲା । ରିପୋର୍ଟ ପଜିଟିଭ୍ ଆସିବାପରେ ଏବେ ସମ୍ପୃକ୍ତ ପରିବାରକୁ କ୍ବାରେଣ୍ଟାଇନ୍ରେ ରଖାଯାଇଛି । ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ପାଇଁ ପ୍ରକ୍ରିୟା ଚାଲୁ ରହିଛି ବୋଲି କହିଛନ୍ତି ଉପଜିଲ୍ଲାପାଳ ।


