ବାଲେଶ୍ବର ପୌରପାଳିକାର ୧୬ନଂ ୱାର୍ଡରେ ଅଙ୍ଗନବାଡି କେନ୍ଦ୍ର ଉଦ୍ଘାଟନ କଲେ ବିଧାୟକ
ବାଲେଶ୍ବର, (ସରୋଜ ପଣ୍ଡା):ଆଜି ସଦର ବିଧାୟକ ସ୍ୱରୂପ ଦାସ ବାଲେଶ୍ଵର ପୌରପାଳିକା ୧୬ନଂ ୱାର୍ଡରେ ଅଙ୍ଗନ ବାଡ଼ି କେନ୍ଦ୍ର ଉଦଘାଟନ କରିଛନ୍ତି।ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ୯.୧୨ଲକ୍ଷ ଟଙ୍କା ମଂଜୁର ହୋଇଥିଲା। ଜେଲ ରୋଡ଼ରେ ଖୋଲି ଥିବା ଏହି ଅଙ୍ଗନ ବାଡ଼ି କେନ୍ଦ୍ରକୁ ସ୍ମାର୍ଟ ଅଙ୍ଗନ ବାଡ଼ି ଭାବେ ନିର୍ମାଣ କରାଯାଇଛି ବୋଲି ବିଧାୟକ କହିଛନ୍ତି… ଏହା ସହିତ ଷୋହଳ ନମ୍ବର ୱାର୍ଡ ରେ ଏକ ଡ୍ରେନ ମଧ୍ୟ ବିଧାୟକ ଇଦଘାଟନ କରିଛନ୍ତି।ଏହି ଉଦଘାଟନ କାର୍ଯ୍ୟକ୍ରମରେ ସ୍ଥାନୀୟ କାଉନସିଲର ସବିତା ରାଣୀ ଦାସ,କବିତା ମୁର୍ମୁ,ମୀରାଜ ବାନୋ,ଅର୍ପିତା ପ୍ରିୟଦର୍ଶିନୀ ପଟ୍ଟନାୟକ,ବିଧାୟକଙ୍କ ପ୍ରତିନିଧି ମନୋଜ ରାଉତ,ଯୋନାଲ ଯୁବ ସାଧାରଣ ସମ୍ପାଦକ ତଥା ମିଡିଆ ସଂଯୋଜକ ଧିରେନ ନାୟକ,ସଦର ଯୁବ ସଭାପତି ଶେଖ ଆନସାର,ଜଗନ୍ନାଥ ମହାରଣା, ଦେବାଶିଷ ଦାସ, ଅତୁଲ ଶତପଥୀ, କୌଶିକ ପଣ୍ଡା,ସୁନିଆ ମୃମୁ,ପୂର୍ବତନ କାଉନ ସିଲର ରମେଶ ମାଝୀ ଓ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।