ବାଲେଶ୍ଵର ଏମସ୍ ସେଟେଲାଇଟ ସେଣ୍ଟର ପୁର୍ଣ୍ଣ କାର୍ଯ୍ୟକ୍ଷମ ହେବ

ବାଲେଶ୍ଵର, (ସରୋଜ ପଣ୍ଡା):ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନିରନ୍ତର ପ୍ରୟାସ ଯୋଗୁଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ପ୍ରଥମେ ପ୍ରତ୍ର ଓ ପରବର୍ତ୍ତୀ ସମୟରେ ଫୋନ ମାଧ୍ୟମରେ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏମସ୍ ସେଟେଲାଇଟ ସେଣ୍ଟରକୁ ପୁର୍ଣ୍ଣ କାର୍ଯ୍ୟକ୍ଷମ କରାଯିବା ପାଇଁ ଆବଶ୍ୟକୀୟ ଅର୍ଥ ଓ ଅନ୍ୟାନ୍ୟ ବ୍ୟବସ୍ଥା ଶିଘ୍ର କରାଯିବ ବୋଲିି ଉଲ୍ଲେଖ କରିଛନ୍ତି। ଏହା କାର୍ଯ୍ୟକ୍ଷମ ହେଲେ ବାଲେଶ୍ଵର ଜିଲ୍ଲା ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଳାର ଲୋକେ ଉପକୃତ ହେବେ ବୋଲି ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ