ବାଲେଶ୍ଵର ଜିଲ୍ଲାପାଳଙ୍କ ସାଂସଦଙ୍କ ପ୍ରତି ଅପମାନ ପ୍ରତିବାଦରେ ଜିଲ୍ଲା ବିଜେପିର ଜିଲ୍ଲାପାଳ କାର୍ଯ୍ୟଳୟ ଘେରାଉ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସହର ନିକଟରେ ଥିବା ପଦ୍ମାବତୀ ପାର୍କରେ ସିକିମ ପଟା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବାଲେଶ୍ୱର ଜିଲ୍ଲପାଳ ସାଂସଦଙ୍କୁ ଆମନ୍ତ୍ରଣ କରିଥିଲେ, ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉକ୍ତ କାର୍ଯ୍ୟକ୍ରମରେ ପହଂଚିବା ପରେ ଜିଲ୍ଲାପାଳ ସାଂସଦଙ୍କୁ ମଞ୍ଚ ଉପରକୁ ଆମନ୍ତ୍ରଣ ନକରିବା ଏକ ଅପମାନ ଦର୍ଶାଇ ସାଂସଦ ଶ୍ରୀ ଷଡ଼ଙ୍ଗୀ ଉକ୍ତ ସ୍ଥାନ ପରିତ୍ୟାଗ କରିଥିଲେ, ୨୦ ଲକ୍ଷ ଜନତାଙ୍କ ଲୋକ ପ୍ରତିନିଧିଙ୍କୁ ଜିଲ୍ଲାପାଳଙ୍କ ଏପରି ଅପମାନ କାହା ଇଙ୍ଗିତରେ କଲେ ବୋଲି ସର୍କିଟ ହାଉସ ରେ ପ୍ରଶ୍ନ କରିଥିଲେ ଓ ଘଟଣାର ସାରାଂଶ ଓ ଜିଲ୍ଲାପାଙ୍କ ସହିତ କଥୋପକଥନ ବିଷୟରେ ସାଂବାଦିକ ସମ୍ମୀଳନୀରେ କହିଥିଲେ। ଏହାର ପ୍ରତିବାଦରେ ଆଜି ଦିନ ୧୧ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ବିଜେପି ସଭାପତିଙ୍କ ଡାକରାରେ ଜିଲ୍ଲାର ୮ ଟି ନିର୍ବାଚନ ମଣ୍ଡଳୀରୁ ସମସ୍ତ ନେତା ଓ ପ୍ରମୁଖ କାର୍ଯ୍ୟକର୍ତ୍ତା ଏହି ଘେରାଉରେ ଯୋଗଦାନ କରିଥିଲେ, ଏହି ପ୍ରତିବାଦ ସଭାକୁ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା ପରିଚାଳନା କରିଥିବା ବେଳେ ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ, ଏହି ସଭାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ପର୍ଶୁରାମ ବେହେରା,ଶୋଭନା ମହାନ୍ତି ରାଜ୍ୟ ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ମନୀଷା ଚିନ୍ମୟୀ ବେହେରା, ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲା ଉପ ସଭାନେତ୍ରୀ କମଳା ବିନ୍ଧାଣି,ମମତା ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଈଶ୍ୱର ବେହେରା,ପ୍ରଦୀପ ପଣ୍ଡା,ସମ୍ପାଦିକା ମହୁଆ ପ୍ରଧାନ, ସସ୍ମିତା ଚାନ୍ଦ,ସୋର ବିଧାୟକ ପ୍ରାର୍ଥୀ ରାକେଶ ମଲ୍ଲିକ, ସିମୁଳିଆ ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ଭୋଗରାଇ ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ସଦର ବିଧାୟକ ପ୍ରାର୍ଥୀ ମାନସ ଦତ୍ତ, ବାଲିଆପାଳ ବ୍ଲକ ସାଂସଦ ପ୍ରତିନିଧି ମହେଶ୍ୱର ଜେନା, ଜଳେଶ୍ୱର ବିଜେପି ନେତା ଶାନ୍ତନୁ ପଟ୍ଟନାୟକ, ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି ମୃତ୍ୟଞ୍ଜୟ ଜେନା,କୃଷକ ମୋର୍ଚ୍ଚା ସଭାପତି ଅନିଲ ସାହୁ, ଓବିସି ମୋର୍ଚ୍ଚା ସଭାପତି ଅରବିନ୍ଦ ବେହେରା,ଏସ୍ଟି ମୋର୍ଚ୍ଚା ସଭାପତି ବିପିନ ମାରାଣ୍ଡି, ବରିଷ୍ଠ ନେତା ଶ୍ୟାମା ପ୍ରସାଦ ବେହେରା, କେପଟନ ଅଶୋକ ଦାସ, ବିଜୟ ସେଠି,ପ୍ରମୁଖ ଉପସ୍ଥିତ ରହି ତାଙ୍କ ବକ୍ତବ୍ୟ ରେ ଜିଲ୍ଲା ପାଳ ଙ୍କ ଆଚରଣ କୁ କଡା ସମାଲୋଚନା କରିଥିଲେ, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ତାଙ୍କ ବକ୍ତବ୍ୟରେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟକୁ ବିଜୁ ଜନତା ଦଳ କାର୍ଯ୍ୟାଳୟ କହିବା ସହ ଜିଲ୍ଲା ପାଳ ଙ୍କୁ ବାଲେଶ୍ୱର ବିଜେଡି ର ସଭାପତି ବୋଲି କହି ସମ୍ବୋଧନ କରିଥିଲେ, ପ୍ରତିବାଦ ସଭା ପରେ ବିଜେପି କର୍ମକର୍ତ୍ତା ମାନେ ଜିଲ୍ଲା ପାଳ ବାଲେଶ୍ୱର ବିଜେଡି ର ସଭାପତି ନାମରେ ପୋଷ୍ଟର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଫାଟକ ନିକଟ କାନ୍ଥ ରେ ମାରିଥିଲେ, ଆଗାମୀ ୭ଦିନ ମଧ୍ୟରେ ଯଦି ଜିଲ୍ଲା ପାଳ ସାଂସଦ ଶ୍ରୀ ଷଡ଼ଙ୍ଗୀ ଙ୍କୁ କ୍ଷମା ନମାଗନ୍ତି ତେବେ ଆଗାମୀ ଦିନରେ ଏ ଆନ୍ଦୋଳନ ତୀବ୍ରତର ହେବବୋଲି ଜିଲ୍ଲା ସଭାପତି ଶ୍ରୀ ମହାପାତ୍ର ଚେତାବନୀ ଦେଇଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମିଡ଼ିଆ ପ୍ରମୁଖ ଶ୍ରୀନିବାସ ପ୍ରଧାନ, ସହ ସଂଯଜକ ରଣଜିତ ପୃଷ୍ଟି, ଅରୂପ ଜେନା, ଅନିଲ ମହାନ୍ତି, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସୁବୋଧ ଚନ୍ଦ୍ର ପଣ୍ଡା ବିଜେପି ନେତା ରବୀନ୍ଦ୍ର ଜେନା, ନଳିନୀ ମହାପାତ୍ର, ଉମାକାନ୍ତ ପଣ୍ଡା, କାର୍ତିକ ଗିରି, ସୁଶାନ୍ତ ପଟ୍ଟନାୟକ, ସୁଶାନ୍ତ ବେରା,ଜଳଧର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ