ବାଲେଶ୍ୱରରେ କରିଣମୟୀ ହେଲେ +୨ ଟପ୍ପର
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଚଳିତ ବର୍ଷ ବିଜ୍ଞାନ ପରୀକ୍ଷାରେ ପୁଅଙ୍କୁ ପଛରେ ପକାଇ ପୁଣି ବାଜି ମାରିଛନ୍ତି ଝିଅ । ବାଲେଶ୍ୱର ଜିଲ୍ଲାର କିରଣମୟୀ ବାରିକ ୫୪୮ ନମ୍ବର ରଖି ବାଲେଶ୍ୱର ଜିଲ୍ଲା ଟପ୍ପର ହୋଇଛନ୍ତି । ସେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର କଲେଜର ଛାତ୍ରୀ । ଏଥର ୯୭,୭୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୦,୭୧୬ ଜଣ ପାସ୍ କରିଛନ୍ତି । ସେମାନଙ୍କ ମଧ୍ୟରୁ ୪୦,୦୫୮ ଜଣ ଛାତ୍ର ପାସ୍ କରିଥିବା ବେଳେ ୩୦,୬୮୪ ଛାତ୍ରୀ ପାସ୍ କରିଛନ୍ତି । ପୁଅଙ୍କ ପାସ୍ ହାର ୭୦.୪ ପ୍ରତିଶତ ରହିଥିବା ବେଳେ ୭୫.୨ ପ୍ରତିଶତ ଝିଅଙ୍କ ପାସ୍ ହାର ରହିଛି । ହାରାହାରି ଭାବେ ପୁଅଙ୍କ ଠାରୁ ଝିଅ ଆଗରେ ରହିଛନ୍ତି ।