ବାଲେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜନ୍ତ ପଣ୍ଡା

ବାଲେଶ୍ୱର, (ସରୋଜ ପଣ୍ଡା) : ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଙ୍ଗଳବାର ବାଲେଶ୍ୱରରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମେ ଯୋଗ ଦେଇଛନ୍ତି । ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସହ ମିଶି ସେ ସଦ୍ୟ ବିବାହିତ ସଦର ନିର୍ବାଚନମଣ୍ଡଳୀ ନେତା ମାନସ ଦତ୍ତଙ୍କ ବାସଭବନରେ ପହଞ୍ଚିଥିଲେ । ବର-ବଧୂଙ୍କୁ ଆଶୀର୍ବାଦ ପରେ ଅପରାହ୍ଣରେ ଜିଲା କାର୍ଯ୍ୟାଳୟରେ ପହଞ୍ଚି ଦଳୀୟ କର୍ମକର୍ତ୍ତାଙ୍କ ସହ ସାଂଗଠନିକ ଆଲୋଚନା କରିଥିଲେ । ପ୍ରତିକୁଳ ପରିସ୍ଥିତିରେ ଆସାମ ନିର୍ବାଚନର ସଫଳତା ଓ ନିଜର ଅଭିଜ୍ଞତା ସମ୍ପର୍କରେ ସେ ଉପସ୍ଥିତ କର୍ମକର୍ତ୍ତାଙ୍କୁ କହିଥିଲେ । ତାଙ୍କର ଏହି ମନ୍ତ୍ର ଜିଲାର ସାଂଗଠନିକ ଅଭିବୃଦ୍ଧି ସହିତ ନିର୍ବାଚନରେ ସହାୟତା କରିବ ବୋଲି ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ କହିଛନ୍ତି । ପ୍ରାୟ ଏକ ଘଣ୍ଟା କାର୍ଯ୍ୟାଳୟରେ ଅତିବାହିତ ପରେ ସେ ସାଂସଦ ଶ୍ରୀ ଷଡ଼ଙ୍ଗୀ ଓ ଜିଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସହିତ ରାଜ୍ୟ କାର୍ଯ୍ୟକାରୀଣୀ ବୈଠକରେ ଯୋଗଦାନ ପାଇଁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ । ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଆଲୋଚନା ବୈଠକରେ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଓ ଗୋବିନ୍ଦ ଚନ୍ଦ୍ର ଦାସ, ପୂର୍ବତନ ଜିଲା ସଭାପତି ଲମ୍ବୋଦର ନାୟକ, ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଶୋଭନା ମହାନ୍ତି ଓ ଶୁଭଙ୍କର ମହାପାତ୍ର, , ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଇଶ୍ୱର ଚନ୍ଦ୍ର ବେହେରା ଓ ସୁନିଲ କର, ରାଜ୍ୟ ମହିଳାମୋର୍ଚ୍ଚା ଉପ-ସଭାନେତ୍ରୀ ସୁଷମା ରାଣୀ ବିଶ୍ୱାଳ, ଜିଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ରାକେଶ ମଲ୍ଲିକ, ଅଂଶୁମାନ ମହାନ୍ତି, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ଜିଲା ଉପ-ସଭାପତି ପ୍ରଦୀପ ପଣ୍ଡା, କମଳା ବିନ୍ଧାଣି, କରୁଣାକର ପଣ୍ଡା, ଗଙ୍ଗାଧର ମିଶ୍ର, କମଲଲୋଚନ ଦାସ, ମୀନାକ୍ଷୀ ମହାପାତ୍ର ଓ ସାବିତ୍ରୀ ଜେନା, ଜିଲା ସମ୍ପାଦକ ଆଶିଷ ଘୋଷ, ସମରଶଙ୍କର କାନୁନଗୋ, ପିଙ୍କି ପ୍ରଧାନ ସସ୍ମିତା ଚାନ୍ଦ, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ମହିଳା ମୋର୍ଚ୍ଚା ସଭାପତି ମନୀଷା ବେହେରା, କୃଷକ ମୋର୍ଚ୍ଚା ସଭାପତି କୈଳାସ ଚନ୍ଦ୍ର ବାରିକ, ଏସଟି ମୋର୍ଚ୍ଚା ସଭାପତି ବିପିନ ମାରାଣ୍ଡି, ଏସସି ମୋର୍ଚ୍ଚା ସଭାପତି ମୃତ୍ୟୁଞ୍ଜୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ