ବାଲେଶ୍ୱରରେ ରମଜାନ ମାସ ଇଫତାର ପାର୍ଟି
ବାଲେଶ୍ୱର, (ସରୋଜ ପଣ୍ଡା) :-ପବିତ୍ର ରମଜାନ ମାସ ପାଳନ ଅବସରରେ ବାଲେଶ୍ୱର ସହରର ଦରଘା ମଇଦାନରେ ଏକ ଇଫତାର ପାର୍ଟି ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସାଂସଦ ତଥା ବିଜେଡି ଜିଲା ସଭାପତି ରବୀନ୍ଦ୍ର କୁମାର ଜେନା ଏଥିରେ ଯୋଗଦେଇ ସମସ୍ତଙ୍କୁ ପବିତ୍ର ରମଜାନ ମାସର ଶୁଭେଚ୍ଛା ଜଣାଇଥିଲେ । ବାଲେଶ୍ୱରେ ଭାଇଚାରାର ନିଦର୍ଶନ ଭାବେ ଇଫତାର ପାର୍ଟି ଅୟୋଜନ ପାଇଁ ସେ ଅୟୋଜକଙ୍କୁ ସାଧୁବାଦ ଜଣାଇଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସ, ପୌରାଧ୍ୟକ୍ଷା ସବିତା ସାହୁ, ପୌର ଉପାଧ୍ୟକ୍ଷ କୈଳାସ ସେଠୀ ପ୍ରମୁଖ ଏଥିରେ ଯୋଗଦେଇ ସମସ୍ତଙ୍କୁ ରମଜାନ ମାସର ଅଭିନନ୍ଦନ ଜଣାଇଥିଲେ । ପରସ୍ପର ମଧ୍ୟରେ ସୌହାର୍ଦ୍ଧ୍ୟ ବଜାୟ ରଖି ବାଲେଶ୍ୱରର ଭାଇଚାରା ପରମ୍ପରାକୁ ସୁଦୃଢ କରିବାକୁ ସେମାନେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱାର୍ଡ଼ କାଉନସିଲର କବିତା ମୁର୍ମୁ, ମୀରାଜ ବାନୋ ଓ ଶେଖ ଆୟୁବ, ପୂର୍ବତନ କାଉନସିଲର ସାକିର ଖାଁ, ଶେଖ ସାକିର, ଯୁବନେତା ଭାଗବତ ସାହୁ, ସତ୍ୟରଞ୍ଜନ ଦାସ, ଉମାଶଙ୍କର ତିଆଡି, ମନୋଜ ରାଉତ, ଅନସର ଅଲ୍ଲୀ, ଇନ୍ତେଖ୍ୱାବ ଅଲ୍ଲୀ ଖାନ, ପ୍ରଦୀପ କୁମାର ଦାସ, ଅଧିପ କୁମାର ଜେନା ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗଦେଇ ପବିତ୍ର ରମଜାନ ମାସରେ ଇଫତାର କାର୍ଯ୍ୟକ୍ରମ ଦ୍ୱାରା ଭାଇଚାରା ବୃଦ୍ଧି ପାଇଥାଏ ବୋଲି ମତବ୍ୟକ୍ତ କରିଥିଲେ । କୌସର ଅଲ୍ଲୀ, ମହମ୍ମଦ ହାଇଦର ଖାଁ, ଶେଖ ଭାନୁ, ଶେଖ ଆଲାମ, ଶେକ ନିଆଜୁଲ୍ଲାହ, ଶେଖ ଇସଲାମ, ଶେଖ ରଜବ ଅଲ୍ଲି ପ୍ରମୁଖ ଏହି ଇଫତାର ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ ।