ବାଲେଶ୍ୱରରେ ରୋଟାରୀ ଇନରହୁଇଲ କ୍ଲବ ୩୨୬୨ ଜିଲା ଅଧ୍ୟକ୍ଷା
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଗସ୍ତ ଅବସରରେ ରୋଟାରୀ ଇନରହୁଇଲ କ୍ଲବ, ୩୨୬୨ଜିଲ୍ଲା ଅଧ୍ୟକ୍ଷା ଟି. ଚିରଞ୍ଜିବୀ ବାଲେଶ୍ୱର ରୋଟାରୀ ଇନରହୁଇଲ କ୍ଲବ ପରିଦର୍ଶନ ସହ ବିଭିନ୍ନ ସମାଜଗଠନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ପରିପ୍ରେକ୍ଷୀରେ ନୂଆସାହି ସ୍ଥିତ କପିଳ ମୁନୀ ବୃଦ୍ଧାଶ୍ରମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀମତୀ ଚିରଞ୍ଜିବୀ ଯୋଗଦେଇ ରୋଟାରୀ ଇନରହୁଇଲ କ୍ଲବର ଆଭିମୁଖ୍ୟ ଓ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । ବିଶେଷ କରି ରୋଟାରୀ ଇନରହୁଇଲ କ୍ଲବ କିପରି ଲୋକଙ୍କ ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରିପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ କରିଥିଲେ । ବିଶିଷ୍ଟ ସମାଜସେବୀ ସୁବାସିନୀ ଜେନା ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ରୋଟାରୀ ଇନରହୁଇଲ କ୍ଲବର ସାମାଜିକ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ତୃଣମୂଳସ୍ତରୀୟ କାର୍ଯ୍ୟଧାରାକୁ ଅଧିକ ବ୍ୟାପକ କରିବା ପାଇଁ ପରାମର୍ଶ ଦେଇଥିଲେ । ବାଲେଶ୍ୱର ରୋଟାରୀ ଇନରହୁଇଲ କ୍ଲବର ସଭାପତି ସିପ୍ରାରେଖା ମହାପାତ୍ର ଏଥିରେ ପୌରହିତ୍ୱ କରିବା ସହିତ ଆଗାମୀ ଦିନରେ ହାତକୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ କ୍ଲବ ପକ୍ଷରୁ କପିଳ ମୁନୀ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ସୁଷମ ଖାଦ୍ୟ ପ୍ରଦାନ ସହ ପୋଷାକ ବଣ୍ଟନ କରାଯାଇଥିଲା । ଏହା ସହିତ ଗୋପାଳନ ମାଧ୍ୟମରେ ଆତ୍ମ ନିର୍ଭରଶୀଳ ହେବା ସହ ୩୦ଜଣ ଲୋକଙ୍କୁ ନିଯୁକ୍ତି ଦେଇଥିବା କିନ୍ନର ଇତିଶ୍ରୀ ମାନସୀଙ୍କୁ ରୋଟାରୀ ଇନରହୁଇଲ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଜଣେ କିନ୍ନର ଭାବେ ସମାଜରେ ସର୍ବଦା ତିରସ୍କାରର ଶିକାର ହେଉଥିବା ବେଳେ ଇନରହୁଇଲ କ୍ଲବ ପକ୍ଷରୁ ପ୍ରଦାନ ହୋଇଥିବା ସମ୍ବର୍ଦ୍ଧନା ଯୋଗୁଁ ସେ ଅତ୍ୟନ୍ତ ଆନନ୍ଦିତ ଓ ଗର୍ବିର୍ତ ବୋଲି ଇତିଶ୍ରୀ କହିଥିଲେ । ଡାକ୍ତର ମଧୁମାଳା ଗିରି, ନିବେଦିତା ବେହେରା, ଡାକ୍ତର କଳ୍ପନା ଦାସ, ସିନ୍ଧୁ ଉଦୟ କୁମାର, ସ୍ୱାତି ଦାସ, ନଳିନୀ ଜଟାନିଆ, ଦର୍ଶନା ସରାଭାଇ, ଭାବିନୀ ପଟେଲ, ରେଖା ବେହେରା, ରୋଲି ବେହେରା ପ୍ରମୁଖ ରୋଟାରୀ ଇନରହୁଇଲ କ୍ଲବରୁ ସଦସ୍ୟାଙ୍କ ସମେତ ରୋଟାରୀ କ୍ଲବର ସଦସ୍ୟମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ ।