ବାଲେଶ୍ୱରରେ ସ୍ୱଦେଶୀ ଆନ୍ଦୋଳନ ଦିବସ ପାଳିତ
ବାଲେଶ୍ୱର( ଯୁଗାବ୍ଦ ନ୍ୟୁଜ ): ଭାରତର ଖୁଚୁରା ବଜାରରେ ବିଶ୍ୱର ବହୁ ପୁଞ୍ଜିପତିମାନେ ଅନୁପ୍ରବେଶ କରି ଭାରତର ଆତ୍ମନିର୍ଭରଶୀଳ ନିମ୍ନ ବର୍ଗର ସର୍ବବୃହତ୍ତମ ବଜାରକୁ ଖତମ କରିବା ପାଇଁ ସରକାର ସ୍ୱୀକୃତି ଦେଇଥିବାରୁ ଦେଶକୁ ବିଦେଶୀଙ୍କ କବଳରୁ ରକ୍ଷା କରିବା ପାଇଁ ୧୯୦୫ ମସିହା ୭ ଅଗଷ୍ଟରେ ଆରମ୍ଭ ହୋଇଥିବା ସ୍ୱଦେଶୀ ଆନ୍ଦୋଳନର ପ୍ରାସଙ୍ଗିକତା ଅଧିକ ବଢିଛି ଓ ନ୍ୟାସନାଲ୍ ହକର ଫେଡେରେସନ୍ ଆହ୍ୱାନରେ ଓଡିଶା ପଥ ବିକ୍ରେତା ସଂଘ ପକ୍ଷରୁ ସ୍ୱଦେଶୀ ଆନ୍ଦୋଳନ ଦିବସ ପୁନର୍ବାର ଆରମ୍ଭ କରାଯାଇଛି । ଜୟନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱଦେଶୀ ଆନ୍ଦୋଳନ ଦିବସରେ ୱାଲମାର୍ଟ, ଆମାଜନ ଆଲିବାବା ବେୟାର ମନସାଣ୍ଟୋ ଭଳି ବିଦେଶୀ ଖୁଚୁରା ବେପାରୀ ହଟାଇ କୃଷି ଉତ୍ପାଦନ, ହସ୍ତଶିଳ୍ପ, କୁଟୀର ଶିଳ୍ପ , କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ଉତ୍ପାଦନ ବିକ୍ରୟ କରୁଥିବା ପଥବିକ୍ରୟ ଓ ପଥ ବିକ୍ରେତା ଜୀବିକା ସୁରକ୍ଷା ପାଇଁ ସମନ୍ୱିତ ସ୍ୱଦେଶୀ ଆନ୍ଦୋଳନ ପାଇଁ ଟାଟା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସର ପ୍ରାଧ୍ୟାପକ ଗୋବିନ୍ଦ ଦଳେଇ, ପଥ ବିକ୍ରେତା ସଂଘର ଆବିଦ ଖାଁ, ମୋହିନୀ ମୋହନ ପରିଡା, ରାମଚନ୍ଦ୍ର ପରିଡା, ଟିପିରି ସିଂ, ମଧୁସୂଦନ ସ୍ୱାଇଁ, ନିରଞ୍ଜନ ସ୍ୱାଇଁ, ସହଦେବ ମହାନ୍ତି, ବିଜୟ ଭୁଷଣ ନନ୍ଦି, ସେକ୍ ଇସ୍ଲାମ୍, ମନୋଜ ରାଠୋର, ରାଜେଶ ପଣ୍ଡା, ଦେବଜ୍ୟୋତି ବାରିକ, ଜଗବନ୍ଧୁ ସିଂ, ନିତ୍ୟାନନ୍ଦ ସାହୁ ପ୍ରମୁଖ ଉଦ୍ବୋଧନ ଦେଇ ସ୍ୱଦେଶୀ ଆନ୍ଦୋଳନର ସଂକଳ୍ପ ନେଇଥିଲେ ।