ବାଲେଶ୍ୱରର ଯୁକ୍ତଦୁଇ ପାସହାର ବିଜ୍ଞାନରେ ୯୫.୫୯ ଓ ବାଣିଜ୍ୟରେ ୮୮.୪୨ପ୍ରତିଶତ

ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୁଧବାର ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ବାଲେଶ୍ୱର ଜିଲାର ପାସହାର ବିଜ୍ଞାନରେ ୯୫.୫୯ ପ୍ରତିଶତ ଓ ବାଣିଜ୍ୟରେ ୮୮.୪୨ ପ୍ରତିଶତ ଛୁଇଁଛି । ବିଜ୍ଞାନରେ ପରୀକ୍ଷା ଦେଇଥିବା ଜିଲାର୬ ହଜାର୬୩୨ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬ହଜାର ୩୪୦ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ତନ୍ମଧ୍ୟରୁ ୪,୫୨୧ଜଣ ପ୍ରଥମ ଶ୍ରେଣୀରେ, ୧,୪୫୯ ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୩୫୭ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ବାଣିଜ୍ୟରେ ପରୀକ୍ଷା ଦେଇଥିବା ୯୭୬ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୬୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ତନ୍ମଧ୍ୟରୁ ୩୩୬ଜଣ ପ୍ରଥମ ଶ୍ରେଣୀରେ, ୨୩୧ଜଣ ଦ୍ୱତୀୟ ଶ୍ରେଣୀରେ ଓ ୨୮୪ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ