‘ବାଲେଶ୍ୱର ଇନଷ୍ଟିଚ୍ୟୁଟ ଅଫ ହସପିଟାଲିଟି ମ୍ୟାନେଜମେଣ୍ଟ ଆଣ୍ଡ ଟୁରିଜିମ’ର ବାର୍ଷିକ ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ଇନଷ୍ଟିଚ୍ୟୁଟ ଅଫ ହସପିଟାଲିଟି ମ୍ୟାନେଜମେଣ୍ଟ ଆଣ୍ଡ ଟୁରିଜିମ’ ଶିକ୍ଷାନୁଷ୍ଠାନର ନବମ ବାର୍ଷିକ ଉତ୍ସବ ଓ ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ କାର୍ଯ୍ୟକ୍ରମ ରବିବାର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ପରିସର ସୃଷ୍ଟି ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଶିକ୍ଷା ଏକ ସୁଯୋଗ ଆଣିପାରିଛି ବୋଲ କହିଥିଲେ । ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ. ସନ୍ତୋଷ କୁମାର ତ୍ରିପାଠୀ ଏଥିରେ ମଖ୍ୟବକ୍ତା ଭାବେ ଯୋଗଦେଇ ପୂର୍ଣ୍ଣ ବ୍ୟକ୍ତିତ୍ୱ ବିକାଶରେ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ସାଧାରଣ ପରିଚାଳକ ସୟଦ ତାରିକ୍ ଅଲି, ଯୁବ ଉଦ୍ୟୋଗୀ ମୌସୁମ ସିଂହ, ରେଡିଆଂଟ ସ୍କୁଲ ଅଫ ଇଂଲିସର ମୁଖ୍ୟ ସତ୍ୟଜିତ ମିଶ୍ର ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସମ୍ପ୍ରତି ନିଯୁକ୍ତି କ୍ଷେତ୍ରରେ ପର୍ଯ୍ୟଟନ ଓ ହସପିଟାଲିଟି ମ୍ୟାନେଜମେଣ୍ଟର ବ୍ୟାପକ ସୁଯୋଗ ଥିବା ବେଳେ ଛାତ୍ରଛାତ୍ରୀମାନେ ମନେଯୋଗ ଦେଇ ପଢ଼ିବା ସହିତ ସଫଳତାର ଶୀର୍ଷରେ ପହଞ୍ôଚବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ତଥା ‘ଉତ୍କଳ ୟୁନିଭର୍ସିଟି ଅଫ କଲଚର’ର କୁଳପତିଙ୍କ ବାଲେଶ୍ୱର ଜିଲା ପ୍ରତିନିଧି ବିପ୍ଳବ କୁମାର ମହାନ୍ତିଙ୍କ ସମେତ କେତେକଙ୍କୁ ଏହି ଅବସରରେ ଲାଇପ ଟାଇମ ଏଚିଭମେଣ୍ଟ ଆୱାର୍ଡ଼ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ଅବସରରେ ଶ୍ରୀ ମହାନ୍ତି ବକ୍ତବ୍ୟ ପ୍ରଦାନ କରି କହିଲେ ଯେ ଗତ ୯ବର୍ଷ ମଧ୍ୟରେ ଏହି ମହାବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୧୪ ଜଣ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଥିବା ବିଶେଷ ଉଲେଖନୀୟ ବିଷୟ । ଏଠାରେ ସମ୍ପ୍ରତି ଅଧ୍ୟୟନରତ ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହ ଅନୁରୂପ ଭାବେ ସଫଳତା ହାସଲ କରିବାକୁ ଶ୍ରୀ ମହାନ୍ତି ସେମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରତିଭା ଚେରିଟେବୁଲ ଟ୍ରଷ୍ଟର ଚେୟାରମ୍ୟାନ ଅନିରୁଦ୍ଧ ମହାନ୍ତି ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଚିତ୍ତରଞ୍ଜନ ମହାନ୍ତି ବିବରଣୀ ପ୍ରଦାନ କରି ଶିକ୍ଷାଦାନର ଧାରା ସମ୍ପର୍କରେ ଆଲୋଚନା କରିଥିଲେ । ଅଧ୍ୟାପକ ସୁଶାନ୍ତ ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସଫଳ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।