‘ବାଲେଶ୍ୱର ଇନ୍ଟାକ୍ ଚାପ୍ଟର’ର ନବମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ବାଲେଶ୍ୱର,: ବାଲଶ୍ୱରସ୍ଥିତ ଉଦ୍ୟୋଗ ଭବନ ସମ୍ମିଳନୀ କକ୍ଷରେ ବାଲେଶ୍ୱର ‘ଇନ୍ଟାକ୍ ଚେପ୍ଟର’ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ପର୍ଯ୍ୟଟନ, ସଂସ୍କୃତି ଏବଂ ଓଡିଆ ଭାଷା, ସାହିତ୍ୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ‘ବାଲେଶ୍ୱର ଚାପ୍ଟର’ର ଆବାହକ ଶିଳ୍ପପତି ହିମାଂଶୁ ଦାସ ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ଗବେଷକ ଅନୀଲ ଧୀର୍ ଓଡିଶାର ଐତିହ୍ୟ ଉପରେ ତଥା ଅମର୍ଦ୍ଦା ରୋଡ ବିମାନ ଦୁର୍ଘଟଣା ସମ୍ବନ୍ଧୀୟ ଇତିହାସର ଅଧିକ ଗବେଷଣାର ଆବଶ୍ୟକ ରହିଛି ବୋଲି ମତ ଦେଇଥିଲେ । ଓଡିଶ।। ରାଜ୍ୟ ଆବାହକ ପୂର୍ବତନ ପୋଲିସ ଡାଇରେକ୍ଟର ଜେନେରାଲ ଅମୀୟ ଭୂଷଣ ତ୍ରିପାଠୀ ତାଙ୍କ ଭାଷଣରେ ସାରା ଓଡିଶାରେ ଥିବା ୧୦ଟି ଜିଲ୍ଲା ଚାପ୍ଟର ଦ୍ୱାରା ସଂଗୃହୀତ ହୋଇଥିବା ଓଡିଶାର ଐତିହ୍ୟମାନଙ୍କର ସୁରକ୍ଷା ଉପରେ ସମସ୍ତ ଜନସାଧାରଣ ତଥା ସରକାର ସହଯୋଗ କରିବା ଉଚିତ ବୋଲି କହିଥିଲେ ଏବଂ ବାଲେଶ୍ୱର ଚାପ୍ଟରର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆନନ୍ଦ ପ୍ରକାଶ କରିଥିଲେ । ମନ୍ତ୍ରୀ ଶ୍ରୀଯୁକ୍ତ ପାଣିଗ୍ରାହୀ ଜିଲ୍ଲା ମଧ୍ୟରେ ଥିବା ଅନେକ ପୁରାତନ ଐତିହର ଇତିହାସକୁ ସଂଗୃହୀତ କରି ଇନ୍ଟାକ୍ର ସଂଯୋଜିତ ତାଲିକା ପରିସରଭୁକ୍ତ କରିବା ସହିତ ଏହାର ରକ୍ଷଣା ବେକ୍ଷଣ ପାଇଁ ଇନ୍ଟାକ୍କୁ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ କରିବେ ବୋଲି ଦର୍ଶାଇଥିଲେ । ତାଙ୍କର ଅନୁରୋଧ କ୍ରମେ ‘ଇନ୍ଟାକ୍’ ବାଲେଶ୍ୱର ଚାପ୍ଟରର ପ୍ରତିନିଧି ଦଳ ବନ୍ଦ ବଳାଙ୍ଗ ଚଣ୍ଡୀ ଠାକୁରାଣୀ ମନ୍ଦିରକୁ ସର୍ଭେ କରି ‘ଇନ୍ଟାକ୍’ ଦିଲ୍ଲୀ ଅଫିସ୍କୁ ପଠାଇଥିବାରୁ ସେ ଧନ୍ୟବାଦ ଦେଇଥିଲେ । ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବାଲେଶ୍ୱର ଚେପ୍ଟର ତରଫରୁ ଗ୍ରହଣ କରାଯାଇଥିବା ବାଲେଶ୍ୱର ସହରକୁ ସୌନ୍ଦର୍ଯୀକରଣ କାର୍ଯ୍ୟକ୍ରମରେ ବେଶ୍ ସନ୍ତୋଷ ପ୍ରକାଶ କରିଥିଲେ । ବିଭିନ୍ନ ସରକାରୀ ପ୍ରାଚୀରରେ ତଥା ଷ୍ଟେସନରେ ଓଡିଶାର ଚିତ୍ରକଳାକୁ ସର୍ବସମ୍ମୁଖରେ ପ୍ରସାରଣ ଉଦ୍ୟଗକୁ ଭୂୟିୟସୀ ପ୍ରଶଂସା କରିଥିଲେ । ଆବାହକ ହିମାଂଶୁ ଦାସ ବାଲେଶ୍ୱର ଚାପ୍ଟର ତରଫରୁ ଗ୍ରହଣ କରାଯାଇଥିବା ଚିତ୍ରକଳା ପ୍ରଦର୍ଶନୀ ପିଠା ପ୍ରତିଯୋଗିତା, ଜିଲ୍ଲା ସ୍ତରରେ କୁଇଜ୍ ପ୍ରତିଯୋଗିତା ତଥା ପ୍ରବନ୍ଧ ପ୍ରତିଯୋଗୀତା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଚାପ୍ଟର ତରଫରୁ ପ୍ରକାଶ ପାଉଥିବା ବାର୍ଷିକ ପତ୍ରିକା ‘ପରମ୍ପରା’ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ବରିଷ୍ଠ ସଭ୍ୟ ଭାବଗ୍ରାହୀ ମହାନ୍ତି ଏଥିରେ ସହାୟତା କରିଥିଲେ । ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ବାଲେଶ୍ୱର ଐତିହ୍ୟ ଉପରେ ନଜର ବକ୍ତବ୍ୟ ରଖିଥିଲେ । ପବିତ୍ର ଗୁରୁଦିବସରେ ବାଲେଶ୍ୱର ‘ଇନ୍ଟାକ୍’ ଚାପ୍ଟରର ପ୍ରତିଷ୍ଠା ଦିବସ ଅବସରରେ ବାଲେଶ୍ୱର ପ୍ଲବିକ୍ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ମଣି ସାହୁ ଏବଂ ମଡର୍ଣ୍ଣ ପବ୍ଲିକ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଜ୍ଞା ପରମିତା ପୃଷ୍ଟିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ‘ଇନ୍ଟାକ୍’ର ପାଣିଙ୍କ କାହାଣୀ ପ୍ରବନ୍ଧ ପ୍ରତିଯୋଗୀତା ସର୍ବଭାରତୀୟ ସ୍ତରରେ କୃତୀତ୍ୱ ହାସଲ କରିଥିବା ଇତିଶ୍ରୀ ଗିରି ଏବଂ ‘ଇନ୍ଟାକ୍’ର କୁଇଜ୍ ପ୍ରତିଯୋଗୀତାରେ ପ୍ରଥମ, ଦ୍ୱିତୀୟ , ତୃତୀୟ ସ୍ଥାନରେ ଥିବା ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା । ସହ ଆବାହକ ଉଦୟ ରଂଜନ ଦାସ ମଞ୍ଚ ପରିଚାଳନା କରିବା ସହିତ ବାଲେଶ୍ୱର ଚାପ୍ଟରର ବାର୍ଷିକ ବିବରଣୀ ପାଠ କରିଥିଲେ । ବରିଷ୍ଠ ସଭ୍ୟ ସତ୍ୟ ନାରାୟଣ ନନ୍ଦ ଏବଂ ସଭ୍ୟା ସୁଶ୍ରୀ ଅର୍ଚ୍ଚନାନନ୍ଦୀ ମାନପତ୍ର ପାଠ କରିଥିଲେ । ଯୋଶଦା ନନ୍ଦନ ଆଶ୍, ହରେନ ଋଣା ପୁରସ୍କାର ପ୍ରଦାନ ପର୍ବରେ ସହାୟତା କରିଥିଲେ । ସଭ୍ୟ ଅଖିଳ କୁମାର ଦାସ, ସପନ ମହାପାତ୍ର, ବିଶ୍ୱଜିତ ପ୍ରମୁଖ ସଭାକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଭ୍ୟା ଅଲିଭା ଦାସ, ଗୀତାରାଣୀ ମହାପାତ୍ର ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପ୍ରାକ୍ତନ ସହଆବାହକ ସ୍ୱର୍ଗତଃ ଶିବାନନ୍ଦ ଦାସମହାପାତ୍ରଙ୍କ ଆକସ୍ମିକ ବିୟୋଗରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ତାଙ୍କ ଆତ୍ମାର ସଦ୍ଗତି କାମନା କରିଥିଲେ । ବାଲେଶ୍ୱର ବୁଦ୍ଧିଜୀବୀ ତଥା ଗଣ୍ୟମାନ୍ୟ ବ୍ୟକ୍ତି ପ୍ରତିଷ୍ଠା ଉତ୍ସବରେ ଯୋଗଦାନ କରିଥିଲେ । ଏଥିରେ ରୋଟାରିଆନ୍ ସୌରଭ କୁମାର ବେହେରା ଏବଂ ମାତୃଦତ୍ତ ଦାସଙ୍କୁ ଇନ୍ଟାକ୍ର ଲାଇଫ୍ ମେମ୍ବର ଭାବରେ ଆବାହକ ଗ୍ରହଣ କରିଥିଲେ । ସହ ଆବାହକ ତଥା କଳାକ୍ଷେତ୍ରର ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ