ବାଲେଶ୍ୱର ଉପ-ଡାକ ମଣ୍ଡଳର ଅବଜର୍ଭର ରବୀନ୍ଦ୍ର କୁମାର ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

ବାଲେଶ୍ୱର, (ସରୋଜ ପଣ୍ଡା):ସଞ୍ଚୟ ପକ୍ଷ ଅବସରରେ ଜିଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କନିଷ୍ଠ ବର୍ଗରେ ଅଗ୍ରୱାଲା ସୀମାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ଦିବ୍ୟଜ୍ୟୋତି କୁଇଲା ପ୍ରଥମ, ହରିପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ପ୍ରଜ୍ଞାପ।।ରମିତା ଜେନା ଦ୍ୱିତୀୟ ଓ ଟାଉନ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ଅମରନାଥ ଖଟୁଆ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିଭଳି ବରିଷ୍ଠ ବର୍ଗରେ ଖଇରା ମହାବିଦ୍ୟାଳୟର ଛାତ୍ରୀ ସାବିତ୍ରୀ ମହାନ୍ତି ପ୍ରଥମ, କେକେଏସ ମହିଳା କଲେଜର ଛାତ୍ରୀ ତନୁଶ୍ରୀ ମୈକାପ ଦ୍ୱିତୀୟ ଓ ଏଫଏମ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ର ସତ୍ୟମ ଦାସ ତୃତୀୟ ହୋଇଛନ୍ତି । ଏହି ପ୍ରତିଯୋଗିତାକୁ ଉପଖଣ୍ଡ ସ୍ୱଳ୍ପ ସଞ୍ଚୟ ଅଧିକାରିଣୀ ଶୁଭଶ୍ରୀ ମାନ୍ନା ଓ ବରିଷ୍ଠ ରାଜସ୍ୱ ସହାୟିକା ସ୍ୱର୍ଣ୍ଣପ୍ରିୟା ଦାସ ପରିଚାଳନା କରିଥିଲେ । କୃତୀ ପ୍ରତିଯୋଗୀଙ୍କ ଜମାଖାତାକୁ ପୁରସ୍କାର ରାଶି ପ୍ରଦାନର ବ୍ୟବସ୍ଥା କରାଯାଇଛି ବୋଲି ଜିଲା ସ୍ୱଳ୍ପ ସଞ୍ଚୟ ବିଭାଗ ଅଧିକାରିଣୀ ପ୍ରଜ୍ଞା ମିଶ୍ର ସୂଚନା ଦେଇଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ