ବାଲେଶ୍ୱର ଜିଲ୍ଲାରେ ପୋଲିଓ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଆଜି ବାଲେଶ୍ୱର ଜିଲ୍ଲାରେ ତିନିଦିନିଆ ପୋଲିଓ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସକାଳ ୮ଘଟିକା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଖୁଆଇ ଏହାର ଆନୁଷ୍ଠାନିକ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶଶାଙ୍କ ଶେଖର ଚୌଧୁରୀ, ଡିପିଏଚସିଓ ଶ୍ରୀ ନରେଶ ଚନ୍ଦ୍ର ଦାସ, ଡି.ପି.ଏମ. ଶ୍ରୀ ଅନୀଲ କୁମାର ମହାନ୍ତି, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଶ୍ରୀ ସରୋଜକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଅନୁଯାୟୀ ଚଳିତ ପଲ୍ସ୍ ପୋଲିଓ ଟିକାକରଣ ଅଭିଯାନରେ ଜିଲ୍ଲାର ୦ ରୁ ୫ ବର୍ଷ ମଧ୍ୟର ୨ ଲକ୍ଷ ୧୩ହଜାର ୨୯୯ ଶିଶୁୁ ପୋଲିଓ ବୁନ୍ଦା ଖାଇବେ । ଏହି କାର୍ଯ୍ୟକ୍ରମକୁ ସ‘ଳ କରିବା ନିମନ୍ତେ ୧ହଜାର ୪୩ଟି ବୁଥ୍ ପ୍ରତିଷ୍ଠା କରାଯାଇଛି । ଏଥି ପାଇଁ ୪ହଜାର ୧୭୨ଜଣ କର୍ମଚାରୀ ୨ହଜାର ୮୬ଟି ଟିମ୍ରେ ବିଭକ୍ତ ହୋଇ ପ୍ରଥମ ଦିନ ବୁଥ୍ ଗୁଡିକରେ ପୋଲିଓ ବୁନ୍ଦା ଖୁଆଇବେ । ଏହି କାର୍ଯ୍ୟକ୍ରମରେ ୨୦୯ ଗୋଟି ଯାନକୁ ନିୟୋଜିତ କରାଯାଇଥିବା ବେଳେ ତଦାରଖ କରିବା ପାଇଁ ୨୦୯ଜଣ ସୁପରଭାଇଜର ନିଯୁକ୍ତ କରାଯାଇଛି । ଦ୍ୱିତୀୟ ଦିନରେ ପୋଲିଓ ଟିକା ପାଇବାରୁ ବଂଚିତ ଶିଶୁମାନଙ୍କ ଘରକୁ ଯାଇ ଟିକାଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ସେହିପରି ତୃତୀୟ ଦିନ ମଧ୍ୟ ଅନୁରୂପଭାବେ ପୋଲିଓ ବୁନ୍ଦା ଖାଇ ନ ଥିବା ଶିଶୁମାନଙ୍କୁ ଠାବ କରି ପୋଲିଓ ବୁନ୍ଦା ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମ ଯେପରି ସ‘ଳତାର ସହ ଆୟୋଜିତ ହେବ ଏବଂ ଯୋଜନା ମୁତାବକ କେହି ବି ଜଣେ ହେଲେ ଶିଶୁ ଏଥିରୁ ବଂଚିତ ନ ହେବେ ସେ ଦିଗରେ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।ଶିଶୁମାନଙ୍କୁ ସ୍ୱେଚ୍ଛାକୃତଭାବେ ପୋଲିଓ ବୁଥ୍କୁ ନେଇ ପୋଲିଓ ବୁନ୍ଦା ଖୁଆଇବା କ୍ଷେତ୍ରରେ ସହଯୋଗ ପ୍ରଦାନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।