ବାଲେଶ୍ୱର ଜିଲ୍ଲାରେ ଶୁଭାରମ୍ଭ ହେଲା ଘରେ ଘରେ ତ୍ରିରଙ୍ଗା ଅଭିଯାନ

ବାଲେଶ୍ୱର, (ସରୋଜ ପଣ୍ଡା):୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ରାଜ୍ୟରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି I ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମଗ୍ର ଭାରତର ନାଗରିକଙ୍କୁ ସାମିଲ କରି ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେଇଛନ୍ତି I ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସ୍ଥାନୀୟ ଆଇଟିଆଇ ଛକସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡ଼ିୟମଠାରୁ ଫାଣ୍ଡି ଛକ ପର୍ଯ୍ୟନ୍ତ ତ୍ରିରଙ୍ଗା ସାଇକଲ ରାଲି ଆୟୋଜିତ ହୋଇଛି । ଉକ୍ତ ଶୋଭାଯାତ୍ରାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମାନ୍ୟବର ସାଂସଦ, ବାଲେଶ୍ୱର ଯୋଗ ଦେଇ କାନଭାସରେ ଜୟ ହିନ୍ଦ, ଘରେ ଘରେ ତ୍ରିରଙ୍ଗା ଲେଖି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ I ସମ୍ମାନନୀୟ ଅତିଥି ଭାବେ ଶ୍ରୀ ମାନସ ଦତ୍ତ, ମାନ୍ୟବର ବିଧାୟକ, ସଦର, ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୁର ବିକାଶ, ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥ ଯୋଗ ଦେଇ କାନଭାସରେ ନିଜ ବାର୍ତ୍ତା ଦେବା ସହ ସେଲଫି ନେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏଠାରେ ସୂଚନା ଥାଉ କି, ଆଜି ପୂର୍ବାହ୍ନ ଘ. ୧୦.୦୦ ମି ସମୟରେ ଦେଶ ପ୍ରେମ ଓ ଜାତୀୟ ପତାକା ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ନୂତନ କଲେକ୍ଟୋରେଟଠାରେ ତ୍ରିରଙ୍ଗା କାନଭାସ ଓ ସେଲ୍ଫି ପଏଣ୍ଟରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ହର ଘର ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କରିଥିଲେ Iସୂଚନା ଯୋଗ୍ୟ କି, ବାଲେଶ୍ୱର ଜିଲ୍ଲାର ସମସ୍ତ ବ୍ଲକ ଏବଂ ପଞ୍ଚାଯତ ସ୍ତରରେ ପ୍ରଶାସନ ତରଫରୁ ଆଗାମୀ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଏଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଲୋକଙ୍କୁ ସଚେତନ କରାଯିବ। ଜିଲ୍ଲାପାଳ ପ୍ରଶାସନ ତରଫରୁ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେବା ସହ ତ୍ରିରଙ୍ଗା ପତାକା ସହ ସେଲଫି ଫୋଟୋ ୱେବ୍ସାଇଟରେ ଅପଲୋଡ କରି ଅଭିଯାନକୁ ସଫଳ କରିବା ପାଇଁ ସମସ୍ତ ବାଲେଶ୍ୱର ଜିଲ୍ଲା ବାସୀଙ୍କୁ ନିବେଦନ କରିଛନ୍ତି । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକଙ୍କ ନେତୃତ୍ଵରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ମିଶନ ଶକ୍ତି, ଶିକ୍ଷା, ସଂସ୍କୃତି ଏବଂ ସୂଚନା ଏବଂ ଲୋକ ସଂପର୍କ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡ଼ିଓ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଓ ଜନସାଧାରଣ ଯୋଗ ଦେଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ