ବାଲେଶ୍ୱର ଜିଲ୍ଲା ଓକିଲ ସଂଘ ନିର୍ବାଚନ ପାଇଁ ନାମାଙ୍କନ ଶେଷ
ବାଲେଶ୍ୱର, (ସରୋଜ ପଣ୍ଡା) :-ଆସନ୍ତା ୨୬ ତାରିଖର ବାଲେଶ୍ୱର ଓକିଲ ସଂଘ ନିର୍ବାଚନ ପାଇଁ ଗତ ୫ ତାରିଖରୁ ଆରମ୍ଭ ହୋଇଥିବା ନାମାଙ୍କନ ପ୍ରକ୍ରିୟା ସୋମବାର ଶେଷ ହୋଇଛି । ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱରେ ଥିବା ଆଇନଜୀବୀ କାର୍ତ୍ତିକ ଚନ୍ଦ୍ର ସିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନଷ୍ଠିତ ୩ ଦିନିଆ ନାମାଙ୍କନ ପ୍ରକ୍ରିୟାରେ ବିଭିନ୍ନ ପଦ ପାଇଁ ମୋଟ ୫୧ ଜଣ ପ୍ରର୍ଥିପତ୍ର ଦାଖଲ କରିଛନ୍ତି । ସଭାପତି ପଦ ପାଇଁ ବରିଷ୍ଠ ଆଇନଜୀବୀ ରଘୁନାଥ ପ୍ରଧାନ, ମନୋଜ କୁମାର ନାୟକ ଓ ଲକ୍ଷ୍ମୀକାନ୍ତ ବେହେରା, ଉପ-ସଭାପତି ପାଇଁ ନୃସିଂହ ଚରଣ ନାୟକ ଓ ବସନ୍ତ ପ୍ରଧାନ; ସମ୍ପାଦକ ପଦ ପାଇଁ ସମ୍ବିତ କୁମାର ନନ୍ଦୀ, ଦୀପକ କୁମାର ଦାଶ, ଅମରବଲ୍ଲଭ ନନ୍ଦ, ବିଜୟ ଚନ୍ଦ୍ର ଦାସମହାପାତ୍ର ଓ ବେଣୁଧର ରାଉଳ; ସହ-ସମ୍ପାଦକ ପଦ ପାଇଁ ଚନ୍ଦ୍ରକାନ୍ତ ବେହେରା, ସୂର୍ଯ୍ୟକାନ୍ତ କର, ବିଶ୍ୱରଂଜନ ନାୟକ, ନାରାୟଣ ଚନ୍ଦ୍ର ସାହୁ, ଅନ୍ନପୂର୍ଣ୍ଣା ରାଉତ ଓ ରଣଜିତ ପଣ୍ଡା; କୋଷାଧ୍ୟକ୍ଷ ପାଇଁ ପ୍ରଶାନ୍ତ ନାୟକ, ଶକ୍ତିଧର ସାନ୍ତରା, ଅନ୍ନପୂର୍ଣ୍ଣା ରାଉତ, ଜିତେନ୍ଦ୍ର କୁମାର ଉପାଧ୍ୟାୟ ଓ ରବୀନ୍ଦ୍ର ନାଥ ନାୟକ; ସହ-କୋଷାଧ୍ୟକ୍ଷ ପଦ ପାଇଁ ପିନାକୀ ଧୀର ଓ ଶିବଶଙ୍କର ପଣ୍ଡାଙ୍କ ସମେତ ୧୦ କାର୍ଯ୍ୟକାରୀ ସଦସ୍ୟ ପଦ ପାଇଁ ୨୮ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ଶ୍ରୀ ସି ସୂଚନା ଦେଇଛନ୍ତି । ଆସନ୍ତା ୯ ତାରିଖରେ ସମସ୍ତ ପ୍ରାର୍ଥୀପତ୍ର ଯାଞ୍ଚ, ୧୦ତାରିଖରେ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ୧୧ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ । ମାର୍ଚ୍ଚ ୧୨ ତାରିଖରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ସି କହିଛନ୍ତିି । ୨୬ ତାରିଖ ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ସହ ସେହିଦିନ ଅପର।।ହ୍ଣ ୪ଟା ଠାରୁ ଭୋଟ ଗଣତି ଆରମ୍ଭ ହେବ । ଭୋଟ ଗଣତି ଶେଷ ହେବା କ୍ଷଣି ବିଭିନ୍ନ ପଦରେ ବିଜୟୀ ପ୍ରାର୍ଥୀମାନଙ୍କ ନାମ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି ।


