ବାଲେଶ୍ୱର ଜିଲ୍ଲା ବ୍ରାହ୍ମଣ ସମିତିର ୯୮ତମ ପ୍ରତିଷ୍ଠା ଦିବସ ପାଳିତ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍ର): ଗତ ମଂଗଳବାର ପବିତ୍ର ଅକ୍ଷୟ ତୃତୀୟା ଦିନ ଜିଲ୍ଲା ବ୍ରାହ୍ମଣ ସମିତିର ପ୍ରତିଷ୍ଠା ଦିବସ ବାଲେଶ୍ୱର ସହରର ଦାମୋଦରପୁର ସ୍ଥିତ ଜିଲ୍ଲା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସଂପାଦକ ଶ୍ରୀ ଗୌରଚନ୍ଦ୍ର ଦାଶଙ୍କ ଆବାହକତ୍ୱରେ ସମିତି ପରିଚାଳନା କମିଟିର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ଉପସ୍ଥିତିରେ ୯୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା । ପ୍ରାରମ୍ଭରେ ବିଶ୍ୱଶାନ୍ତି ଉଦ୍ଦେଶ୍ୟରେ ଉପସ୍ଥିତ ବ୍ରାହ୍ମଣ ପଣ୍ଡିତମାନେ ସମୂହ ବେଦପାଠ କରିଥିଲେ ଏବଂ ଏହି ଅବସରରେ ବିଷ୍ଣୁଯଜ୍ଞ ଅନୁଷ୍ଠିତ ହୋଇଥିଲା । ଯଜ୍ଞର ପୂର୍ଣ୍ଣାହୁତିପରେ ଉପସ୍ଥିତମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା । ପ୍ରତିଷ୍ଠା ଉତ୍ସବରେ ଡ. କ୍ଷିତିଶ୍ୱର ଦାଶ, ଚିନ୍ମୟ ପାଣିଗ୍ରାହୀ, ରାଧାକୃଷ୍ଣ ଆଚାର୍ଯ୍ୟ, ଶକ୍ତିପଦ ପଣ୍ଡା, ସର୍ବେଶ୍ୱର ପତି, ହରେକୃଷ୍ଣ ପଣ୍ଡା, ନିରାକାର ଦାଶ, କ୍ଷିତିଶ ଚନ୍ଦ୍ର ପଣ୍ଡା, ପ୍ରଶାନ୍ତ ଶତପଥୀ ଓ ଅଜୟ ପାଣିଗ୍ରାହୀ ପ୍ରମୁଖ ବ୍ରାହ୍ମଣ ପଣ୍ଡିତମାନେ ଯୋଗଦାନ ପୂର୍ବକ ପ୍ରତିଷ୍ଠା ଉତ୍ସବ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ