ବାଲେଶ୍ୱର ପୌରପାଳିକାରୁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ପୌରପାଳିକାର ୫ ଜଣ କାଉନସିଲର ପ୍ରାର୍ଥୀ ଓ ଜଣେ ଅଧ୍ୟକ୍ଷା ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ନାମାଙ୍କନ କରିଥିବା ଅଧ୍ୟକ୍ଷା ପ୍ରାର୍ଥୀଙ୍କ ମଧ୍ୟରୁ ସ୍ୱାଧୀନ ପ୍ରାର୍ଥୀ ସଂଧ୍ୟାରାଣୀ ଚକ୍ରବର୍ତ୍ତୀଙ୍କ ସମେତ ୫ ନଂ ୱାର୍ଡ଼ର ସ୍ୱାଧୀନ କାଉନସିଲର ପ୍ରାର୍ଥୀ ଜୟସ୍ମିତା ମାଝୀ, ୬ନଂ ୱାର୍ଡ଼ର ଶିବ ମାଝୀ, ୨୨ନଂ ୱାର୍ଡ଼ର ସଂଜୟ କୁମାର ବେହେରା, ୨୫ ନଂ ୱାର୍ଡ଼ର ପ୍ରାର୍ଥସାରଥୀ ଆଶ ଓ ୩୧ ନଂ ୱାର୍ଡ଼ର ବିଜେପି ପ୍ରାର୍ଥୀ ଉର୍ମିଳା ଦାସମହାପାତ୍ର ନିଜର ନାମାଙ୍କନପତ୍ର ପ୍ରତ୍ୟାହାର କରିଛନ୍ତି । ଏହି ନାମାଙ୍କନ ପ୍ରତ୍ୟହାର ପରେ ୩୧ ନଂ ୱାର୍ଡ଼ର ବିଜେଡି ପ୍ରାର୍ଥୀ ରଂଜିତା ମହାପାତ୍ର ନିଦ୍ୱର୍ନ୍ଦ୍ୱରେ ଅର୍ଥାତ ବିନା ନିର୍ବାଚନରେ କାଉନସିଲର ଭାବେ ନିର୍ବାଚିତ ହୋଇଯାଇଛନ୍ତି । ଅତଏବ ଚଳିତ ନିର୍ବାଚନରେ ବାଲେଶ୍ୱର ପୌରପାଳିକା ଅଧ୍ୟକ୍ଷା ପଦ ପାଇଁ କରିଥିବା ୬ ପ୍ରାର୍ଥୀଙ୍କ ମଧ୍ୟରୁ ଏବେ ୫ ଜଣ ରହିଛନ୍ତି । ସେହିପରି ୩୧ ଗୋଟି ୱାର୍ଡ଼ କାଉନସିଲର ପଦ ପାଇଁ ନାମାଙ୍କନ କରିଥିବା ୧୨୭ ପ୍ରାର୍ଥୀଙ୍କ ମଧ୍ୟରୁ ୫ଜଣଙ୍କ ପ୍ରର୍ଥିପତ୍ର ପ୍ରତ୍ୟାହାର ପରେ ଏବେ ୩୦ ଗୋଟି ୱାର୍ଡ଼ର ୧୨୧ଜଣ କାଉନସିଲର ପ୍ରାର୍ଥୀ ନିର୍ବାଚନୀ ରଣାଙ୍ଗନରେ ଅବତୀର୍ଣ୍ଣ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ