ବାଲେଶ୍ୱର ପ୍ରତିଭା ବିକାଶ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ପ୍ରତିଭା ବିକାଶ ଟ୍ରଷ୍ଟ ଓ ବାଲିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ମିଳିତ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରବିବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ରକ୍ତଦାନ ଭଳି ମହତ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆୟୋଜକଙ୍କୁ ସାଧୁବାଦ ଜଣାଇଥିଲେ । ବିକାଶ ଟ୍ରଷ୍ଟର ଅଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ହରେକୃ୍ଷ୍ଣ ଦାଶ ଏଥିରେ ସଭାପତିତ୍ୱ କରିଥିଲେ । ପ୍ରତିଭା ବିକାଶ ଟ୍ରଷ୍ଟର ଉପାଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ରଘୁନାଥ ପ୍ରଧାନ, ଭାରତୀୟ ମଜଦୁର ସଂଘର ରାଜ୍ୟ ସଭାପତି ଆଇନଜୀବୀ ପୃଥୀରାଜ ପଣ୍ଡା, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମିତ୍ରପୁର ସଙ୍କୁଳ ପ୍ରମୁଖ ପ୍ରାଧ୍ୟାପକ ଜଗବନ୍ଧୁ ମହାପାତ୍ର, ଜିଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ, ପ୍ରତିଭା ବିକାଶ ଟ୍ରଷ୍ଟର ସମ୍ପାଦକ ଡ. ପଙ୍କଜ କୁମାର ଜେନା, ବରିଷ୍ଠ ସଦସ୍ୟ କିଶୋର ଦାସ ପ୍ରମୁଖ ଏଥିରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଶିଷ ସାହୁ, ଭାବଗ୍ରାହୀ ମହାନ୍ତି, ସଞ୍ଜୀବ ନାୟକ, ଜ୍ୟୋତିର୍ମୟୀ ସାମଲ, ପ୍ରଶାନ୍ତ ପଣ୍ଡା, ଗୌରୀଶଙ୍କର ପରିଡ଼ା, ଅରବିନ୍ଦ ବାରିକ, ଲମ୍ବୋଦର ନାୟକ, ରାଧାକାନ୍ତ ମହାପାତ୍ର, ସିପ୍ରାରେଖା ମହାପାତ୍ର, ରବୀନ୍ଦ୍ର ମାଇତି, ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁଧୀର ମହାନ୍ତି ପ୍ରମୁଖଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଏହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।