ଅରଡ଼ବଜାରରେ ଗୌରୀ ସ୍ମୃତି ପାଠାଗାର ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ସହରର ଅରଡ଼ବଜାରସ୍ଥିତ ଡ୍ରମ୍ସ ଆଇଡିଆଲ ସ୍କୁଲ ପରିସରରେ ଗୌରୀ ସ୍ମୃତି ପାଠାଗାର ରବିବାର ଉଦଘାଟିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପାଠାଗାରକୁ ଉଦଘାଟନ କରିବା ସହିତ ଏହି ପାଠାଗାର ଛାତ୍ରଛାତ୍ରୀଙ୍କୁ ନୂତନ ଦିଶା ଦେଖାଇବ ବୋଲି କହିଥିଲେ । ଏହି ଅବସରରେ ସେ କିଛି ଉପାଦେୟ ପୁସ୍ତକ ପ୍ରଦାନ କରିବା ସହ ଅନ୍ୟମାନନେ ମଧ୍ୟ ଏଥିରେ ସହଯୋଗ କରିବାକୁ ଶ୍ରୀ ମହାପାତ୍ର ଆହ୍ୱାନ ଦେଇଥିଲେ । ତେବେ ଏହି ପାଠାଗାର ପାଇଁ ଏକ ସ୍ଥାୟୀ ଗୃହ ନିର୍ମାଣ ନିମନ୍ତେ ସରକାରଙ୍କ ପକ୍ଷରୁ ଉପଯୁକ୍ତ ସ୍ଥାନ ପ୍ରଦାନ ନେଇ ସେ ପ୍ରତିଶ୍ରୁତି ଦେଇଥିଲେ । ଗୌରୀ ସ୍ମୃତି ପାଠାଗାର ପ୍ରତିଷ୍ଠା କମିଟିର ଅଧ୍ୟକ୍ଷା ସମାଜସେବୀ ଅଞ୍ଜଳି ପଣ୍ଡା ଏଥିରେ ପୌରୋହିତ୍ୟ କରିଥିଲେ । କାର୍ଯ୍ୟକାରୀ ସଭାପତି କବି କାଳୀପଦ ପଣ୍ଡା, ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ସମ୍ପାଦକ ତଥା ଡ୍ରିମ ଆଇଡିଆଲ ସ୍କୁଲର ପ୍ରତିଷ୍ଠାତା ଗଙ୍ଗାଧର ଦାସ, ସହ-ସମ୍ପାଦକ ସାମ୍ବାଦିକ ସର୍ବେଶ୍ୱର ଦାସ, ଅଧ୍ୟାପକ ଡ. ଦିଲୀପ ରଥ, ପୂର୍ବତନ କାଉନସିଲର ରଞ୍ଜିତା ମହାପାତ୍ର, ଉପଦେଷ୍ଟା କାର୍ତ୍ତିକ ପ୍ରସାଦ ସି, କବି ଗଙ୍ଗାଧର ଦାସ, ଯୋଗେଶ ଚନ୍ଦ୍ର ପ୍ରଧାନ, ସୁଧାକର ସେଠୀ, ପ୍ରଦୀପ କୁମାର ମିଶ୍ର, ଇନାୟେତ ଅଲି ଖାଁ, ଉମେଶ ଚନ୍ଦ୍ର ଜେନା ପ୍ରମୁଖ ଏହି ଉଦଘାଟନୀ ଉତ୍ସବରେ ଯୋଗଦେଇ କିଛି କିଛି ପୁସ୍ତକ ଦାନ କରିଥିଲେ । ଉପଦେଷ୍ଟା ଚତୁର୍ଭୂଜ ମଲିକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଦୁଇ କୁନି ଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ । ଡ୍ରିମ୍ସ ଆଇଡିଆଲ ସ୍କୁଲର ଅଧ୍ୟକ୍ଷା ପୁଷ୍ପିତା ମହାନ୍ତି, ରେହେନା ବେଗମ, ସତ୍ୟଭାମା ପ୍ରଧାନ, ସ୍ମୃତିସୁଧା ଦାସ, ଦୀପାଞ୍ଜଳି ଦାସ, ଦେବଶ୍ରୀ ଗିରି, କଳ୍ପନା ବାରିକ, ରୂପଶ୍ରୀ ବେହେରା, ଆରତୀ ରାଉଳ, କାବ୍ୟଶ୍ରୀ ସାହାଣୀ, ବାସନ୍ତି ଭଞ୍ଜ ପ୍ରମୁଖ ଶିକ୍ଷୟିତ୍ରୀମାନେ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।


