ବାଲେଶ୍ୱର ଯୋଗ ସମିତି ପୁନର୍ଗଠନ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ଜିଲ୍ଲା ଯୋଗ ସମିତିର ପୁନର୍ଗଠନ ବୈଠକ ରାଣୀପାଟଣାସ୍ଥିତ ଆମନ୍ତ୍ରଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ହରିଦ୍ୱାରରୁ ଓଡିଶା ଦାୟିତ୍ୱରେ ଥିବା ସନ୍ୟାସୀ ସ୍ୱାମୀ ଓମ୍ଦେବ ଜୀ, ଭାରତ ସ୍ୱାଭିମାନ ଟ୍ରଷ୍ଟର ରାଜ୍ୟ ପ୍ରଭାରୀ ସୁଧାଂଶୁ ଶେଖର ଅଧିକାରୀ, ପତଞ୍ଜଳୀ ରାଜ୍ୟ ସହପ୍ରଭାରୀ ପୃଥୀରାଜ ପ୍ରଧାନ ଓ ରାଜ୍ୟ ଯୁବାପ୍ରଭାରୀ ପିତାମ୍ବର ସାହୁ ପ୍ରମୁଖମାନଙ୍କ ସହ ବାଲେଶ୍ୱର ଜିଲ୍ଲାର ସବ ତହସିଲରୁ ଶତାଧିକ ଯୋଗ ପ୍ରେମୀ ଓ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ବାଲେଶ୍ୱର ଜିଲ୍ଲା ଯୋଗ ସମିତିର ୫ ଜଣ ପଦାଧିକାରୀଙ୍କୁ ଚୟନ କରାଯାଇ ରାଜ୍ୟ ପଦାଧିକାରୀ ସେମାନଙ୍କର ନାମ ଘୋଷଣା ପୂର୍ବକ ଦାୟିତ୍ୱ ଅର୍ପଣ କରିଥିଲେ । ଏହା ସହିତ ୧୭ ଜଣିଆ ସଦସ୍ୟ ବିଶିଷ୍ଟ ଜିଲ୍ଲା ସମିତିର ପୁନର୍ଗଠନ କରାଯାଇ ସେମାନଙ୍କର ନାମ ଘୋଷଣା ପୂର୍ବକ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଭାରତ ସ୍ୱାଭୀମାନ ଜିଲ୍ଲା ପ୍ରଭାରୀ ଭାବେ କରୁଣାକର ଶିଅଳ, ପତଞ୍ଜଳି ଯୋଗ ସମିତିର ଜିଲ୍ଲା ପ୍ରଭାରୀ ଡା. କୁମାର ଗୋପାଳ, ମହିଳା ପତଞ୍ଜଳି ଯୋଗ ସମିତିର ଜିଲ୍ଲା ପ୍ରଭାରୀ ଯଶୋମତୀ ଶିଅଳ, ଜିଲ୍ଲା କିସାନ ପ୍ରଭାରୀ ଭାବେ ଅକ୍ଷୟ କୁମାର ସାହୁ ଓ ଜିଲ୍ଲା ଯୁବ ପ୍ରଭାରୀ ଭାବେ ମନୋଜ କୁମାର ଦେଙ୍କୁ ଦାୟିତ୍ୱ ଅର୍ପଣ କରିବା ପରେ ସେମାନେ ରାଜ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ନିଷ୍ଠାର ସହ ଦାୟିତ୍ୱ ତୁଲାଇବେ ବୋଲି ପ୍ରକାଶ କରିଥିଲେ । ଏହି ବୈଠକରେ ସନ୍ୟାସୀ ସ୍ୱାମୀ ଓମ୍ ଦେବଜୀ ଜିଲ୍ଲାର ନୂତନ ପଦାଧିକାରୀମାନଙ୍କୁ ଜିଲ୍ଲାକୁ ଯୋଗମୟ କରି ରାଜ୍ୟରେ ପୂର୍ବପରି ଶ୍ରେଷ୍ଠ ସ୍ଥାନ ଅଧିକାର କରିବା ପାଇଁ ଉତ୍ସାହିତ କରିଥିଲେ । ଏହି ବୈଠକରେ ଜଗନ୍ନାଥ ଦେ, ପ୍ରଭାସ ମହାପାତ୍ର, ହରିଶ୍ଚନ୍ଦ୍ର ପଣ୍ଡା, ସୁଶିଲ କୁମାର ଦାସ ପ୍ରମୁଖମାନେ ବୈଠକ ସଫଳ କରାଇବାରେ ସହଯୋଗ କରିଥିଲେ । ଶେଷରେ ଜିଲ୍ଲାର ଯୋଗ ପ୍ରଚାରକ ମୁକ୍ତିକାନ୍ତ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।