ବାଲ୍ୟବିବାହ ଆଶୀର୍ବାଦ ନୁହଁ ଏକ ଅଭିଶାପ

ଦଶରଥହେମ୍ବ୍ରମ୍‌
ବାଲ୍ୟବିବାହଭାରତବର୍ଷ ପାଇଁ ଭଲ, ଯାହା ପ୍ରାଚୀନ ଶାସ୍ତ୍ରରେଲେଖା ଅଛି ।ସେହିସମୟରେମୁନିଋଷିମାନେ ଏହାକୁସମର୍ଥନ କରିଥିଲେ । ଏଥିପାଇଁଭାରତରେରହୁଥିବାବିଭିନ୍ନ ଧର୍ମାବଲମ୍ବୀରଲୋକମାନେ ଏହାକୁବିରୋଧ କରି ନଥିଲେ ।ଭାରତର ପ୍ରାଚୀନ ବିଧି ପ୍ରଣେତାମାନେ ବାଲ୍ୟବିବାହ ପ୍ରଥାରସମର୍ଥନରେ ଯୁକ୍ତି ଦେଇ କହିଥିଲେ, ପ୍ରତ୍ୟେକଝିଅ କମ୍‌ବୟସରେବିବାହକରିବାଉଚିତ । ନିଜକନ୍ୟା ପାଇଁବର ପସନ୍ଦର ଦାୟିତ୍ୱକେବଳବାପାମା’ଙ୍କହାତରେକିନ୍ତୁକନ୍ୟାର ନୁହେଁ । ମନପସନ୍ଦ ମୁତାବକକନ୍ୟା ଯଦି ଅବିବାହିତରହିଗଲେବାପାମାଆକିମ୍ବା ପରିବାରର ଅନ୍ୟ ସଦସ୍ୟଗଣ ଏ ବିଷୟନେଇସେମାନେ ରାସ୍ତାରେମୁଣ୍ଡଟେକିଚାଲି ପାରିବେନାହିଁ ।ତେଣୁବର ପସନ୍ଦ ହେଲାମାତ୍ରେଝିଅକୁବାହାକରିଦେଲେମାନସିକଶାନ୍ତିମିଳିଯିବ ।ଭାରତୀୟଙ୍କଏହିପରିମାନସିକତାଯୋଗୁଁଭାରତରସବୁ ଅଞ୍ଚଳରେ ଦୀର୍ଘଶହଶହବର୍ଷ ଧରିବାଲ୍ୟବିବାହ ପ୍ରଥା ଚାଲିଆସିଅଛି । ଖ୍ରୀ.୧୯୪୭ରେ ଭାରତସ୍ୱାଧୀନତାହେବାର ୭୭ ବର୍ଷବିତିଗଲା ପରେ ମଧ୍ୟ ଏହି ପ୍ରଥା ଆମସମାଜରେ ଉଜ୍ଜୀବିତହୋଇରହିଅଛିଏବଂ ଅନେକଲୋକଏହାକୁ ପ୍ରାଧାନ୍ୟ ଦେଉଛନ୍ତି ।ଯେଉଁବୟସରେ ପୁଅ କିମ୍ବାଝିଅମାନେ ହସଖୁସିରେସାଙ୍ଗସାଥିଙ୍କମେଳରେଖେଳିବା ଓ ବିଦ୍ୟାଳୟରେ ପାଠ ପଢ଼ିବା କଥା ସେଇବୟସରେସେମାନଙ୍କୁବାହାଘର ବନ୍ଧନରେବାନ୍ଧି ଦିଆଯାଉଛି ।ଏହାକୁ ଆମେ ଆମଭାରତୀୟ ପରମ୍ପରା ଓ ସଂସ୍କୃତିବୋଲିକହୁଥିବାବେଳେଏହା ଆମସାମାଜିକ ନୀତି ନିୟମ ମଧ୍ୟ ବିବେଚନାକରାଯାଉଛି ।କିନ୍ତୁବର୍ତ୍ତମାନ ସମୟରେ ମଧ୍ୟ ସମାଜରେ ଅନେକଲୋକ ଅଛନ୍ତି, ଯେଉଁମାନେ ବାଲ୍ୟବିବାହ ଆଇନ ବିଷୟରେକିଛିଜାଣନ୍ତି ନାହିଁ ।
“ବାଲ୍ୟବିବାହ ଏକ ଅଭିଶାପ କିନ୍ତୁ ଆଶୀର୍ବାଦ ନୁହଁ ।ଏହାକୁ ଏକ ନୈତିକ ତଥା ଦୈହିକ ପାପ କୁହାଯାଏ ।ଏହାମଣିଷର ଏକ ନିଷ୍ଠୁରଏବଂକଠୋରକୁ-ପ୍ରଥା ଯାହାଉଭୟଶରୀର ଓ ଆତ୍ମାକୁହତ୍ୟାକରିଥାଏ ।ଏପରିବିବାହକୌଣସି ଧର୍ମଭିତରେ ଯାଏନି ।ଏହା ଏକ ଅଧର୍ମଭାବରେବିବେଚନାକରାଯାଏ ।ଯେଉଁମାନେ ଏହାକୁ ଧର୍ମ ଓ ଶାସ୍ତ୍ରସମ୍ମତ କହିସମର୍ଥନ ଦିଅନ୍ତିଏବଂ ପରମ୍ପରାର ଯୁକ୍ତି ଦର୍ଶାନ୍ତି, ସେମାନେ ପ୍ରକୃତରେ ଧାର୍ମିକ ନୁହନ୍ତି” ବୋଲି ୧୯୨୬ ମସିହା, ଅଗଷ୍ଟ ୨୬ ତାରିଖରେ ପ୍ରକାଶ ପାଇଥିବା ‘ୟଙ୍ଗଇଣ୍ଡିଆ’ ପତ୍ରିକାରେଜାତିର ପିତାମହାତ୍ମାଗାନ୍ଧୀ ଏକ ପ୍ରବନ୍ଧରେଲେଖିଥିଲେ । ଆହୁରି ମଧ୍ୟ ସେସୂଚେଇ ଦେଇଥିଲେ, କେବଳ ଆଇନ କରିବାଲ୍ୟବିବାହ ପରିକୁପ୍ରଥା ଏବଂଜନବିରୋଧୀ ଖରାପ ପରମ୍ପରାକୁସମ୍ପୂର୍ଣ୍ଣ ବନ୍ଦ କରିବାକଷ୍ଟ । ଏଥିପାଇଁଜନମତସୃଷ୍ଟିହେବା ଦରକାର । ପ୍ରବନ୍ଧରେଗାନ୍ଧୀଙ୍କଶେଷ କଥା ଏୟା ଥିଲା ଯେ, କୁପ୍ରଥା ଏବଂକୁସଂସ୍କାରକୁ ଆବୋରିନେଇସ୍ୱରାଜରଉପଲବ୍‌ଧି କରିହେବନାହିଁ । ପ୍ରଗତିଶୀଳଚିନ୍ତା ନ ଥିଲେସ୍ୱାଧୀନତା ପ୍ରାପ୍ତି ପରେସେହିସ୍ୱାଧୀନତାକୁବଞ୍ଚେଇରଖିବା ଅସମ୍ଭବହୋଇଥାଏ ।ସ୍ୱରାଜରସ୍ଥାୟିତ୍ୱ ପାଇଁକେବଳରାଜନୈତିକସଚେତନତା ଦରକାରହୁଏନାହିଁ । ଏ ସଚେତନତାସାମଗ୍ରିକହେବାଉଚିତ ।ଏହାସାମାଜିକ, ଶୈକ୍ଷିକ, ନୈତିକଏବଂ ଆର୍ôଥକହେବାଜରୁରୀ ।ଝିଅରବିବାହବୟସ ପ୍ରତି ପ୍ରଥମେବାପାମା’ମାନେ ଗମ୍ଭୀରଭାବରେଚିନ୍ତାକରିବା ଦରକାର ।କେବଳବିବାହଯୋଗ୍ୟ ଅବସ୍ଥାହିଁବିବାହ ପାଇଁଏକମାତ୍ର ଆବଶ୍ୟକତା ନୁହେଁ, ଏଥିପାଇଁକନ୍ୟାର ଦୈହିକ ଓ ମାନସିକ ପ୍ରସ୍ତୁତିହେବା ନିହାତି ଦରକାର । ଅଠରବର୍ଷବୟସରୁକମ୍‌ବୟସରଝିଅକୁବିବାହ ଦେବାଉଚିତ ନୁହେଁବୋଲିଗାନ୍ଧିଜୀଙ୍କଏହିମୂଲ୍ୟବାନ ପ୍ରବନ୍ଧରେ ପ୍ରକାଶକରିଥିଲେ ।
ବାଲ୍ୟବିବାହ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ । ଏଥିପାଇଁଜନସଚେତନତାସୃଷ୍ଟି ପାଇଁବିଭିନ୍ନକାର୍ଯ୍ୟକ୍ରମଚାଲିଥାଏ । ଏ ନେଇସରକାରୀଙ୍କ ନୀତିନିୟମ ମଧ୍ୟ ପ୍ରଣୟନ ହେଉଛି ।ସାଧାରଣ ପ୍ରଶାସନ ଓ ପୋଲିସ ପ୍ରଶାସନରମିଳିତ ଆନୁକୁଲ୍ୟରେଏପରି ଅପରାଧକୁ ବନ୍ଦ କରିବା ପାଇଁତତ୍ପରତାଲାଗିରହିଛି ।ଏହାସତ୍ତ୍ୱେବିସାରାରାଜ୍ୟରେବାଲ୍ୟବିବାହ ଏକ ସମସ୍ୟାହୋଇଠିଆହୋଇଛି ।ବିଶେଷଭାବରେଗ୍ରାମାଞ୍ଚଳରେଏପରିବିବାହ ଦିନକୁ ଦିନ ବଢ଼ିଚାଲିଛି ।ଏନେଇ ଅନେକ ତଥ୍ୟ ଲୋକଲୋଚନକୁ ଆସିପାରୁନାହିଁ । ଦୁଃଖଏବଂ ପରିତାପ ଏୟା ଯେ, ସ୍ୱାକ୍ଷର ଓ ସ୍ୱଚ୍ଛଳ ପରିବାରରେଏତେମାତ୍ରାରେବାଲ୍ୟବିବାହହେଉନଥିବାବେଳେଗ୍ରାମାଞ୍ଚଳରେ ଦାରିଦ୍ର‌୍ୟସୀମାରେଖାତଳେବସବାସକରୁଥିବା ନିରକ୍ଷର ପରିବାରରେ ଅଧିକବାଲ୍ୟବିବାହହେଉଛି ।ବାଲ୍ୟବିବାହକରିବା ଦ୍ୱାରା ନାବାଳିକାମାନେ ନିଜରସ୍ୱାଧୀନତା, ସ୍ୱାସ୍ଥ୍ୟ, ଶିକ୍ଷା ଓ ସୁରକ୍ଷାଇତ୍ୟାଦି ଭଳିଗୁରୁତ୍ୱପୂର୍ଣ୍ଣମୌଳିକ ଅଧିକାରହରାଇ ଦିଅନ୍ତି ।କିନ୍ତୁ ଏ ନେଇକୌଣସି ଅଭିଭାବକଙ୍କମୁଣ୍ଡରେଚିନ୍ତା ପଶେନାହିଁ ।ମୁଣ୍ଡରୁବୋଝକେମିତିହାଲୁକାହେବସେଚିନ୍ତାରେସେମାନେ ଅଟଳ ଥାଆନ୍ତି ।ଝିଅ ୧୫ ବର୍ଷବୟସରୁ ଅଧିକହେଲେକୁଆଡେସେବୁଢୀହେଇଗଲା, ତାକୁକେହିବାହାହେବେନାହିଁ, ବାପାମାଆଘରେବୃଥାରେରହିଯିବ ।ଏନେଇଗାଁଲୋକେବାଟରେ, ଘାଟରେ, ଦାଣ୍ଡରେ ଫାସୁର ଫାସର କଥାବାର୍ତ୍ତାକରିବେ ।ତେଣୁଏତେ କଥା କିଏ ଯେ ଶୁଣିବ! ଶୀଘ୍ରବାହାକରିଦେଲେ ପାହାଡ ପରିସମସ୍ୟାସମାଧାନ ହୋଇଯିବ ।ତା’ପରେଶଶୁରଘରେଝିଅକୁମାରି ଦିଅନ୍ତୁକିମ୍ବାମାନସିକ ଓ ଶାରୀରିକ ନିର୍ଯ୍ୟାତନାକରନ୍ତୁ ଏଥିରେଝିଅ ବାପାମାଆଙ୍କରକିଛିବି ଫରକ ପଡ଼ିବନାହିଁ ।ମୁଣ୍ଡରୁ ତ ବୋଝଗଲାଣି ଆଉକିଏ ପଚାରେ, ଏଭଳି ପରିସ୍ଥିତିଉପୁଜିବାରୁସାମାଜିକ ଅସ୍ଥିରତା ଦେଖାଯାଉଛି । ଏଥିସହ ପାରିବାରିକ ଅଶାନ୍ତି, ବିବାହବିଚ୍ଛେଦ ଭଳି ଅନେକସାମାଜିକସମସ୍ୟାବଢ଼ିଚାଲିଛି ।ବାଲ୍ୟବିବାହଯୋଗୁଜଣେ ନାବାଳିକାଗର୍ଭଧାରଣ ଓ ପ୍ରସବସମୟରେ ୬୭% ଗୁରୁତରଭାବେସ୍ୱାସ୍ଥ୍ୟଗତସମସ୍ୟା ଦେଇ ଗତିକରୁଥିବାରିପୋର୍ଟକହୁଛି ।
ପ୍ରକାଶିତ ତଥ୍ୟ ଅନୁସାରେଭାରତରେ ପ୍ରତି ୫ ନାବାଳିକାଙ୍କମଧ୍ୟରୁଜଣେଏବଂ ପ୍ରତି ୬ଜଣ ପୁଅଙ୍କମଧ୍ୟରୁଜଣେ ନାବାଳକବିବାହକରୁଛନ୍ତି ।ରିସର୍ଚ୍ଚରିପୋର୍ଟରେଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ, ଗତ କିଛିବର୍ଷମଧ୍ୟରେ ଦେଶରେବାଲ୍ୟବିବାହକୁରୋକିବା ପାଇଁସେପରିବିଶେଷ ଉଦ୍ୟମହୋଇନାହିଁ ।ଗବେଷକଙ୍କ ଅନୁସାରେ ୨୦୩୦ ସୁଦ୍ଧା ଦେଶରୁବାଲ୍ୟବିବାହଭଳିସମସ୍ୟା ଦୂରକରିବାକୁହେଲେବର୍ତ୍ତମାନ ସମୟଠାରୁହିଁଜାତୀୟ ତଥା ରାଜ୍ୟସ୍ତରରେକଠୋର ନିୟମ ତଥା ନୀତି ନିର୍ଦ୍ଧାରଣକରାଯିବାର ଆବଶ୍ୟକତାରହିଛି ।ସେମାନଙ୍କ ତଥ୍ୟ ଅନୁସାରେ ୧୯୯୩ରେ ଦେଶରେ ନାବାଳିକାଙ୍କବିବାହକ୍ଷେତ୍ରରେ ୪୯.୪% ମାମଲା ଦେଖିବାକୁମିଳିଥିଲା । ୨୦୨୧ ସୁଦ୍ଧାଏହା ୨୨.୩%କୁ ଖସି ଆସିଥିଲା । ୨୦୦୬ରେ ୭.୧% ମାମଲାରହିଥିବାବେଳେ ୨ଠ୨୧ ସୁଦ୍ଧାତାହା ୨.୨%କୁ ହ୍ରାସ ପାଇଥିଲା । ଦେଶରେ ୫୦%ରୁ ଅଧିକଶିଶୁବିବାହମାମଲାଉତ୍ତରପ୍ରଦେଶ ଶୀର୍ଷରେ ଥିବାବେଳେବିହାର, ପଶ୍ଚିମବଙ୍ଗ, ମହାରାଷ୍ଟ୍ରଏବଂ ମଧ୍ୟପ୍ରଦେଶ କ୍ରମାନୟରେ ଅଛନ୍ତି । ଏନସିଆରବି ତଥ୍ୟ ମୁତାବକ, ବର୍ତ୍ତମାନ ଭାରତରେ ପ୍ରାୟ ୨୩ % ଶିଶୁବିବାହମାମଲାରହିଛି ।ସେହିପରିଜାତୀୟ ପରିବାରସ୍ୱାସ୍ଥ୍ୟସର୍ବେକ୍ଷଣ ଅନୁଯାୟୀ, ବିଶ୍ୱର ୬୦ ନିୟୁତଶିଶୁବିବାହର ୪୦% ଭାରତରେଘଟିଥାଏ ।ଭାରତହେଉଛିବିଶ୍ୱରଏଭଳି ଏକ ଦେଶ, ଯେଉଁଠାରେ ୨୩ କୋଟିରୁ ଅଧିକବାଲ୍ୟବଧୂ ଅଛନ୍ତିଏବଂ ପ୍ରତିବର୍ଷ ପ୍ରାୟ ୧୫ ଲକ୍ଷଝିଅ ୧୮ ବର୍ଷରୁକମବୟସରେବିବାହକରନ୍ତି । ୨୦୨୧ରେ ମିଳିତଜାତିସଂଘସଂଗଠନ ଦ୍ୱାରା ପ୍ରସ୍ତୁତରିପୋର୍ଟରେ ମଧ୍ୟ କୁହାଯାଇଛି ଯେ, ବିଶ୍ୱତୁଳନାରେଭାରତରେ ଏକ-ତୃତୀୟାଂଶବାଲ୍ୟବଧୂ ଅଛନ୍ତି ।
ନୋବେଲବିଜେତାକୈଳାସସତ୍ୟାର୍ଥୀ ୨୦୨୨ରେ ‘ବାଲ୍ୟବିବାହମୁକ୍ତଭାରତ’ ଆନ୍ଦୋଳନ ଆରମ୍ଭ କରିଥିଲେ, ଯାହାରଉଦ୍ଦେଶ୍ୟହେଉଛି ୨୦୩୦ ସୁଦ୍ଧା ଦେଶରୁବାଲ୍ୟବିବାହକୁହଟାଇବା ।ସେବାଲ୍ୟବିବାହକୁ ଏକ ରୋଗବୋଲିକହିଛନ୍ତିଏବଂଏହା ଦାରିଦ୍ର‌୍ୟସହଜଡ଼ିତ ଥିବାରୁସମାଜଏହାକୁଗ୍ରହଣକରିନେଇଛି ।ଏହା ପଛରେ ଅନ୍ଧବିଶ୍ୱାସ, ରୁଢ଼ିବାଦୀ ମାନସିକତାସହିତସାମାଜିକବାଧ୍ୟବାଧକତା, ପାରିବାରିକ ଓ ଅର୍ଥନୈତିକସମସ୍ୟାଭଳି ଅନେକକାରଣରହିଛି ।ଏହି ପ୍ରଥାକୁ ନିରୁତ୍ସାହିତକରିବା ପାଇଁ ଆମ ଦେଶରେ ଆଇନ ପ୍ରଣୟନ ହୋଇଛି, ଦଣ୍ଡବିଧାନରବ୍ୟବସ୍ଥା ମଧ୍ୟ ରହିଛି । ତଥାପିଏହିକୁପ୍ରଥାରସମ୍ପୂର୍ଣ୍ଣବିଲୋପ ହୋଇପାରିନାହିଁ ।ଏହାକୁସମ୍ପୂର୍ଣ୍ଣ ପ୍ରତିରୋଧ କରିବା ପାଇଁଏକମାତ୍ରଉପାୟବ୍ୟାପକଜନସଚେତନତା ଓ ଦୋଷୀଙ୍କବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ହେଲେ ୨୦୩୦ ବେଳକୁରାଜ୍ୟ ତଥା ଦେଶକୁବାଲ୍ୟବିବାହମୁକ୍ତକରାଯାଇ ପ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ