ବାଲ୍ୟବିବାହ ମୁକ୍ତ ଭାରତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକର ହାଟଡ଼ିହି ଶାସଙ୍ଗ, ପନ୍ଦାଡୋ ଓ ସଢ଼ା ଆଦି ପଞ୍ଚାୟତ ମାନଙ୍କରେ ହାମାରା ବଚପନ ଟ୍ରଷ୍ଟ ଓ ବ୍ଲକ୍ ସମ୍ମନ୍ବିତ ଶିଶୁ ବିକାଶ ବିଭାଗର ମିଳିତ ସହଯୋଗରେ ବାଲ୍ୟବିବାହ ମୁକ୍ତ ଭାରତ ଉପଲକ୍ଷେ ଏକ ସଚେତନତା ଶିବିର ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ପ୍ରତିନିଧ୍ଵ କିଶୋରୀ ବାଳିକା ପ୍ରତିନିଧି ଓ ସ୍ଵୟଂ ସହାୟିକା ଗୋଷ୍ଠୀର ସଭ୍ୟାଙ୍କ ସହ ବିଭିନ୍ନ ବିଦ୍ୟାଳୟରୁ ଛାତ୍ରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁ ନିର୍ଯାତନ, ବାଲ୍ୟ ବିବାହ ଓ ଶିଶୁ ଅଧିକାର ଉପରେ ଆଲୋଚନା କରଯିବା ସହ ଗ୍ରାମରେ ବୁଲି ସଚେତନତା କରାଇଥିଲେ । ଏତତ୍ ବ୍ୟତୀତ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଗୁଡ଼ିକୁ କିପରି ଚଳଚଞ୍ଚଳ କରାଯିବ ତାହାକୁ ନେଇ ଗୁରୁତ୍ୱ ଦିଆଯାଇ ପାରିବ ବୋଲି ସର୍ବସମ୍ମତ ପ୍ରସ୍ଥାବ ନିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ