ବାଲ୍ୟ ବିବାହ ଉଦ୍ୟମ ବେଳେ, ଉଦ୍ଧାର ହେଲେ ନାବାଳିକା

ଯୋଡା, (ସମୀର ଦାସ): କେନ୍ଦୁଝର ଜିଲା ଯୋଡା ପୌରପାଳିକାରେ ସୋମବାର ଦିନ ୧୩ ବର୍ଷର ନାବାଳିକାକୁ ବାଲ୍ୟବିବାହରୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଜଣାପଡିଛି ଯେ, ୧୩ ନଂ ୱାର୍ଡ କୁନ୍ଦୁରୁନାଲାର ଜୈନେକା ନାବାଳିକାକୁ କୋମାରଯୋଡାରେ ରହୁଥିବା ତାଙ୍କ ପ୍ରେମିକ ବିବାହର ପ୍ରତିଶ୍ରୁତି ଦେଇ ନିଜ ଘରେ ରଖିଥିଲେ । ଉଭୟ ଝିଅ ଏବଂ ପୁଅ ଦୁହେଁ ନାବାଳିକା ଓ ନାବାଳକ ହୋଇଥିବାରୁ ଏହି ବିବାହ ଆଇନ ସମ୍ମତ ହୋଇ ନଥିବାରୁ ଯୋଡାରେ କାର୍ଯ୍ୟ କରୁଥିବା ଏକ ଏନ୍‌ଜିଓ ସଂସ୍ଥା ଆସପାୟାର ଓ ଶିଶୁ ସୁରକ୍ଷା ମଂଚର କର୍ମୀ ଝିଅକୁ ବୁଝାଇବା ପରେ ମଧ୍ୟ ଫେରି ଆସିବା ପାଇଁ ରାଜି ହୋଇ ନଥିବାରୁ ବାଧ୍ୟ ହୋଇ ଚାଇଲ୍ଡ ହେଲ୍ପ ଲାଇନ୍‌ର ସାହାଯ୍ୟ ନେଇଥିଲେ । ଝିଅର ଭାଇ ପୋଲିସରେ ଏଏଫ୍‌ଆଇଆର୍ ଦେଇଥିଲେ । ଯୋଡା ଶିଶୁ ସୁରକ୍ଷା ମଂଚର କର୍ମୀ ରୀନା ଭଟ୍ଟାଚାର୍ଯ୍ୟ, ଶୁଭଲକ୍ଷ୍ମୀ ମହାନ୍ତି, ଆସପାୟାର ସଂସ୍ଥାର କର୍ମୀ ରଶ୍ମୀରେଖା ବେହେରା, ଜୟଶ୍ରୀ ଲେଙ୍କା, ରଶ୍ମି ଗିରି, ଅଙ୍ଗନୱାଡି କର୍ମଚାରୀ ଫୁଲମଜା, ଚାଇଲ୍ଡ ହେଲ୍ପ ଲାଇନ୍ ଅଧିକାରିଣୀ ହିମାଦ୍ରୀ ନାଏକ, ଯୋଡା ପୋଲିସ ଅଧିକାରୀ ପ୍ରମୁଖଙ୍କ ହସ୍ତକ୍ଷେପ ଫଳରେ ବାଲ୍ୟ ବିବାହକୁ ରୋକାଯିବା ସହିତ ନାବାଳିକାକୁ ଉଦ୍ଧାର କରାଯାଇ ପାରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ