ବାଲ୍ୟ ବିବାହ ବନ୍ଦ ନିମନ୍ତେ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାରେ  ଜିଲ୍ଲାପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହ ବନ୍ଦ କରିବା ନିମନ୍ତେ ଦୁଇ ଗୋଟି ସଚେତନତା କାର୍ଯ୍ୟକ୍ରମ ପଞ୍ଚାୟତର ଉଚ୍ଚ ବିଦ୍ୟାଳୟରେ, ଯଥା ରାୟଗଡା ଓ ଜିରାଙ୍ଗରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ଦୁଇଗୋଟି ବିଦ୍ୟାଳୟ ରେ ୧୧୦ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।  ସ୍କୁଲ  ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବାଲ୍ୟ ବିବାହ ସଚେତନତା କରିବା ପାଇଁ ଶିଶୁ ଙ୍କ ମଧ୍ୟ ରେ ବିତର୍କ, ରଚନା ଓ  କୁଇଜ୍ ପ୍ରତିଯୋଗିତା କରା ଯାଇ ଥିଲା ଓ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ତତସହିତ ସେମାନଙ୍କୁ ବାଲ୍ୟବିବାହ ଆଇନ – ୨୦୦୬ ବିଷୟରେ, ଅଦ୍ଵିକା କାର୍ଯ୍ୟକ୍ରମ ଉପରେ ଅବଗତ କରିବା ସହ ବାଲ୍ୟ ବିବାହ ଦ୍ୱାରା ଶିଶୁଙ୍କର ଅସୁବିଧା ବିଷୟରେ ଅବଗତ କରା ଯାଇଥିଲା l ବାଲ୍ୟ ବିବାହ ଦ୍ଵାରା ଶିଶୁ ର ଅଧିକାର କ୍ଷୁର୍ଣ୍ଣ ସହ ଶିଶୁ ଟି ଉଚ୍ଚ ଶିକ୍ଷିତ ହେବାରେ ବଞ୍ଚିତ ହୋଇଥାଏ, ମାନସିକ ନିର୍ଯାତନା ର ଶିକାର ହୋଇଥଏ, ନିଜେ ନିସ୍ପତି ନେବାରୁ ବଞ୍ଚିତ ହୋଇ ଥାଏ ଓ ପରିବାର ସାମାଜିକ ଓ  ଆର୍ଥିକ ସ୍ଥିତି ଦୃର୍ବଳ ହୋଇ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଅବଗତ କରାଯାଇ ଥିଲା l  ଏହି କାର୍ଯ୍ୟକ୍ରମରେ ରାୟଗଡର ବିଡିଓ ରାଜା ରଞ୍ଜିତ ପ୍ରତାପ ବଳ, ସିଡିପିଓ ତେର୍ରସ୍କୋବା ମଲ୍ଲିକ, ଶିଶୁ କଲ୍ୟାଣ ସମିତି ଗଜପତି ର ସଭ୍ୟ  ହିରଣ୍ୟ ରୋଇ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର  ଜୟ ପ୍ରକାଶ ବାଡ଼ତ୍ୟା, ପ୍ରଧାନ ଶିକ୍ଷକ ଓ ଆକ୍ସନଆଡ୍ଡର ବିଜୟ ପ୍ରଧାନ, ଝରଣା କୁମ୍ଭ ଓ ଇନ୍ଦୁମତୀ ଦେବୀ  ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ