ବାଲ୍ୟ ବିବାହ ବନ୍ଦ ନିମନ୍ତେ ବ୍ଲକ ସ୍ତରୀୟରେ କିଶୋର ଓ କିଶୋରୀ ମାନଙ୍କୁ ନେଇ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାରେ  ଜିଲ୍ଲାପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହର ବନ୍ଦ କରିବା ନିମନ୍ତେ କିଶୋର ଓ କିଶୋରୀ ମାନଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ରାୟଗଡ ବ୍ଲକ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମ ରେ 40 ଜଣ କିଶୋର ଓ କିଶୋରୀ  ଉପସ୍ଥିତ ରହିଥିଲେ I ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ପିତାମ୍ବର ବେହେରା , (ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ) ବାଲ୍ୟ ବିବାହ ଦ୍ୱାରା ଶିଶୁମାନଙ୍କର ଉପରେ କି ପ୍ରକାର କୁପ୍ରବାହ ପଡୁଛି  ଆଲୋକପାତ କରିଥିଲେ l ସୁଶ୍ରୀ ତେରେସ୍କୋବା ମଲ୍ଲିକ (ବାଲ୍ୟ ବିବାହ ନିଷେଧ ଅଧିକାରିଣୀ) ବାଲ୍ୟ ବିବାହ ଆଇନ -୨୦୦୬ ସହିତ ଦଣ୍ଡ ବିଧାନ ଓ ଆର୍ଥିକ ଜୋରିମାନା ବିଷୟରେ ଜଣାଇବା ସହ ପ୍ରତ୍ୟେକ ଶନିବାର ଦିନ ଅଙ୍ଗନବାଡି କେନ୍ଦ୍ରରେ ହେହୁଥିବା “ଅଦ୍ଵିକା” କାର୍ଯ୍ୟକ୍ରମରେ ପ୍ରତ୍ୟେକ କିଶୋରୀ ମାନେ ଉପସ୍ଥିତ ରହିବା ପାଇଁ ଜଣାଇବା ସହ କାର୍ଯ୍ୟକ୍ରମ ରେ କଣ କଣ ଶିକ୍ଷା ଦିଆଯାଉଅଛି ସେହି ବିଷୟରେ ଶିଶୁମାନଙ୍କୁ ବୁଝାଇ ଥିଲେ l  ଓଏଲ୍ଏମ୍ ର ବିପିଏମ୍ ଲତିକା ଦେବୀ ଶିଶୁ ମାନେ ବାଲ୍ୟ ବିବାହ ଦ୍ୱାରା କିପରି ସେମାନେ ନିଜ ଅଧିକାରକୁ ହରାଇବା ସହ ମାନସିକ ଓ ଶାରୀରିକ ବିକାଶରେ କିପରି ବାଧା ପ୍ରାପ୍ତ ହେଉଛି ସେହି ବିଷୟରେ ଶିଶୁ ମାନଙ୍କୁ ଜଣାଇଥିଲେ l ଆକ୍ସନଆଡ୍ଡର ଜିଲ୍ଲା ସଂଯୋଜକ ବିକାଶ କୁମାର ମେହେର   ଗ୍ରାମରେ /ପରିବାରରେ ଶିଶୁମାନଙ୍କୁ କିପରି ସୁରକ୍ଷା ଯୋଗାଇବା, ଶିଶୁମାନଙ୍କର ମୌଳିକ ଅଧିକାରକୁ ବଜାଇ ରଖିବା ଆମର ଶିଶୁମାନଙ୍କୁ କିପରି ଯୌନ ନିର୍ଯ୍ୟାତନାରୁ ଶିକାରରୁ  ସୁରକ୍ଷିତ ରଖିବା ସହିତ ଦକ୍ଷ କିଶୋର ଓ କିଶୋରୀ ପ୍ରସ୍ତୁତି ନିମନ୍ତେ ଦକ୍ଷତା ବୃଦ୍ଧି କରାଯିବା ସହ ଆମ ଗ୍ରାମ /ପଞ୍ଚାୟତ/ବ୍ଲକ / ଜିଲ୍ଲାକୁ ଏକ ଆଦର୍ଶ ରୂପେ ପରିଣତ କରିବା  ଜଣାଇବା ସହ ନେହୁରୁ ଯୁବ କେନ୍ଦ୍ର ସହ ମିଳିତ ଭାବେ ଏକ ସଚେତନତା କାର୍ଯ୍ୟକ୍ରମ ପାଇଁ ନିଷ୍ପତି ନିଆଗଲା l ନେହୁରୁ ଯୁବ କେନ୍ଦ୍ରର ବ୍ଲକ ସଂଯୋଜକ ଦେବାଶିଷ ପାଇକ କିଶୋର ଏବଂ କିଶୋରୀ ମାନଙ୍କୁ ନେଇ ନେହୁରୁ ଯୁବ କେନ୍ଦ୍ର କରୁଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ବିଷୟରେ ଜଣାଇ ଥିଲେ l ଚାଇଲଡ୍ଡଲାଇନ ର ମେମ୍ବର ରବୀନ୍ଦ୍ର ପଣ୍ଡା ଚାଇଲଡ୍ଡଲାଇନ କିପରି ଶିଶୁ ଓ ଯତ୍ନ ଆବଶକ୍ୟ କରୁଥିବା ଶିଶୁଙ୍କୁ ସହାୟତା କରୁଛି ସେହି ବିଷୟରେ ଜଣାଇ ଥିଲେ l କାର୍ଯ୍ୟକ୍ରମରେ ଶିଶୁ ବିକାଶ ପ୍ରକଳ୍ପ ର ଅଞ୍ଚଳ ପରିଦର୍ଶିକା, ଅଙ୍ଗନବାଡିକର୍ମୀ, ନେହୁରୁ ଯୁବ କେନ୍ଦ୍ରର ଯୁବ ସଭାପତି, ସମ୍ପାଦକ, ଓ ବ୍ଲକର ଯୁବ ଗୋଷ୍ଠୀ, ଆକ୍ସନଆଡ୍ଡର ଇନ୍ଧୁମତୀ  ଦେବୀ, ଝରଣା କୁମ୍ଭ ଉପସ୍ଥିତ ରହିଥିଲେ l ଆକ୍ସନଆଡ୍ଡର ବିଜୟ ପ୍ରଧାନ (ବ୍ଲକ ସଂଯୋଜକ) କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ