ବାଲ୍ୟ ବିବାହ ବନ୍ଦ ସଚେତନ ରାଲୀ

କାଶୀନଗର, (ଯୁଗାବ୍ଦ ନ୍ୟୁଜ):ଗଜପତି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପ୍ରକାରେ କାଶୀନଗର ଶିଶୁ ବିକାଶ ପ୍ରକଳ୍ପ ତରଫରୁ ସିଡ଼ିପିଓ କନକ ଲତା ପୂଜାରୀଙ୍କ ଆହ୍ଵାନ କ୍ରମେ ବାଲ୍ୟ ବିବାହ ପ୍ରଥା ବନ୍ଦ କରିବା ନିମନ୍ତେ ଏକ ସଚେତନତା ରାଳି ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଛକ ଠାରୁ ବାହାରି ସମଗ୍ର ସହର ପ୍ରରିକ୍ରମା କରାଯାଇଥିଲା।ପ୍ରାରମ୍ଭରେ ବାଲ୍ୟ ବିବାହ ପ୍ରଚଳନ ପ୍ରଥା ଓ ନିଶା ନିବାରଣ ନିମନ୍ତେ ଶପଥ ପାଠ କରାଯାଇଥିଲା।ବିଡ଼ିଓ ଲକ୍ଷ୍ମୀ ପ୍ରସାଦ ସାହୁ,ବ୍ଲକ୍ ଅଧ୍ୟକ୍ଷା ବାଲା ସାୟାମା, ଏନଏସି ଅଧ୍ୟକ୍ଷା ଏମ ସୁଧାରାଣୀ,ତହସିଲଦାର ଲାରିମନ ଖର୍ସେଲ,ନିର୍ବାହୀ ଅଧିକାରୀ ସତ୍ୟ ସମ୍ପୂର୍ଣ ରାଉତ,ଉପାଧ୍ୟକ୍ଷ ରଘୁରାମ ସାହୁ,ବାରଣାସୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଶିଲ କୁମାର ପଣ୍ଡା, କୁମୁନ୍ଦ୍ ରଞ୍ଜନ ଦଳବେହେରା ପ୍ରମୁଖ ଉକ୍ତ ରାଲିରେ ନେଇଥିଲେ। ଅଙ୍ଗନାବାଡ଼ି,ଆଶାକର୍ମୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ଏନସିସି,ପୋଲିସ ପ୍ରମୁଖ ଙ୍କ ସହଯୋଗରେ ରାଲି ଟି ସଫଳ ହୋଇଥିଲା. ଛାତ୍ର ଛାତ୍ରୀ ମାନେ ବାଲ୍ୟ ବିବାହ ବନ୍ଦ କରିବା ନିଶା ନିବାରଣ କରିବା ଓ ପାଠ ପଡ଼ ଦେଶ ଗଡ ସ୍ଲୋଗାନ ଦେଇ ସହର ପରିକର୍ମା କରିଥଲ. ବାଲ୍ୟ ବିବାହ ହେଉଥିବା ସୂଚନା ମିଳିଲେ ଶିଶୁ ସୁରକ୍ଷା ଟୋଲ ଫ୍ରି ନମ୍ବର ୧୦୯୮ ନମ୍ବର କୁ ଯୋଗାଯୋଗ କରିବାକୁ ସଚେତନ କରଯଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ