ବାଲ୍ୟ ବିବାହ ମୁକ୍ତ ସଚେତନତା କାର୍ଯ୍ୟକ୍ରମ

ବାଲେଶ୍ୱର, (ସରୋଜ ପଣ୍ଡା):ସାମାଜିକ ସଂଗଠନ ମେ ଆଇ ହେଲ୍ପ ୟୁ ପକ୍ଷରୁ ବାଲ୍ୟ ବିବାହ ମୁକ୍ତ ଅଭିଯାନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମ ରେ ଆକ୍ସନ ଏଡ଼ ର ଜିଲ୍ଲା ପରାମର୍ଶଦାତା ଶକୁନ୍ତଳା ଦାଶ ଯୋଗ ଦେଇ ବାଲ୍ୟ ବିବାହ ମୁକ୍ତ ପାଇଁ ସମସ୍ତଙ୍କ ସହଯୋଗ ଦରକାର, ଏହା ଏକ ଦଣ୍ଡନୀୟ ଅପରାଧ ବୋଲି କହିଥିଲେ.ବାଲ୍ୟ ବିବାହ ମୁକ୍ତ ପାଇଁ ଥିବା ସରକାରୀ ସେବା ପ୍ରଦାନକରୀଙ୍କ ସମ୍ପର୍କରେ ସୂଚନା ଦେଇଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ କମିଟି ସଦସ୍ୟ ଆଶିଷ ଘୋଷ ସାମାଜିକ କର୍ମୀ ପ୍ରିୟରଞ୍ଜନ ମହାନ୍ତି ପ୍ରମୁଖ ବାଲ୍ୟ ବିବାହ ମୁକ୍ତ ସମର୍କରେ ଆଲୋଚନା କରିଥିଲେ.ଏହି କାର୍ଯ୍ୟକ୍ରମ ରେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ସ୍ୱୟଂ ସହୟିକା ଗୋଷ୍ଠୀ ର ସଦସ୍ୟା, କିଶୋରୀ ବାଳିକା ମାନେ ଅଂଶଗ୍ରହଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ