ବାଲ୍ୟ ବିବାହ ରୋକିବା ନେଇ କର୍ମଶାଳା ଓ ସଚେତନତା କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା): ଛତ୍ରପୁର ବ୍ଲକ ଲକ୍ଷ୍ମୀପୁର ଗ୍ରାମ ପଂଚାୟତ ଅନ୍ତର୍ଗତ କରାପଲ୍ଲୀ ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଠାରେ ଗୁରୁବାର ବାଲ୍ୟ ବିବାହ ରୋକିବା ନେଇ ଏକ ସଚେତନତା କର୍ମଶାଳା ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କନ୍ୟା ଭ୍ରୃଣ ହତ୍ୟା ନ କରିବା , କମ୍ ବୟସ ର ଝିଅ ପୁଅଙ୍କୁ ବିବାହ ନ ଦେବା, ବିବାହ ସମୟରେ ପୁଅ ଝିଅଙ୍କ ଜନ୍ମ ସାର୍ଟିଫିକେଟ ଦେଖିବା ଇତ୍ୟାଦି ଉପରେ ସଚେତନତା କରାଯାଇଥିଲା । ଏହି କର୍ମଶାଳାରେ ଓଡିଆ ବସନ୍ତିଆ କୁଳ ସମାଜର ସହ-ସମ୍ପାଦକ ମାଗୁଣି ବିଷୋୟୀ, ସୋମନାଥ ନାହାକ, ରାମଚନ୍ଦ୍ର ନାହାକ, ଗନ୍ତେଇ ନାହାକ, ଅଙ୍ଗନବାଡି କର୍ମୀ ମମତା କୁମାରୀ ନାୟକ, କେ.କମଳା, ଏମବିକେ ସୁନିତା ନାହାକ, ସିଆରପି ମିରା ନାହାକ, ସନ୍ତୋଷୀ ନାହାକ, ପଦ୍ମିନୀ ନାହାକ ଓ ପୂରୋହିତ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ସମେତ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।


