ବାଲ୍ୟ ବିବାହ ରୋକିବା ନେଇ ଟାସ୍କଫୋର୍ସ କମିଟି ବୈଠକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ଠାରେ ବାଲ୍ୟ ବିବାହ ରୋକିବା ନେଇ ଟାସ୍କଫୋର୍ସ କମିିଟିର ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି।ଦାରିଙ୍ଗବାଡ଼ି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ରୁଦା ମଲିକ, ସମ୍ମନ୍ୱୀତ ଶିଶୁ ବିକାଶ ଅଧିକାରୀ ସକୁନ୍ତଳା ନାୟକ, ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ୍ଟ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଯାକେଶ ସାମନ୍ତରାୟ, ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବି.ଆର.ସି.ସି ଶୁବାସିନୀ ଦିଗାଳ, ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀ, ବ୍ଲକ ମଙ୍ଗଳ ଅଧିକାରୀ ବୁରୁମାଝୀ ପଡ୍ରା ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ବାଲ୍ୟ ବିବାହର କାରଣ ଏବଂ ଏହାକୁ କିପରି ପ୍ରତିରୋଧ କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା। ୧୮ବର୍ଷରୁ କମ ବୟସର ଝିଅମାନେ ସ୍କୁଲ ଯାଉନଥିବା ବେଳେ ଘରର ଆର୍ଥିକ ସମସ୍ୟା ଯୋଗୁଁ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା ବେଳେ ବିଭିନ୍ନ ସମୟରେ ଘର ଲୋକଙ୍କ କଥାରେ ପଡ଼ି କମ୍‍ ବୟସରେ ବିବାହ କରିବାପାଇଁ ରାଜି ହେଉଛନ୍ତି। ବାଲ୍ୟ ବିବାହ କରିବା ଦ୍ୱାରା କଣ ସମସ୍ୟା ହେଉଛି ଏନେଇ ଗାଁ ଗାଁରେ ସଚେତନ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ସରପଞ୍ଚ ସଙ୍ଗୀତା ମଲ୍ଲିକ, ତିମତି ପ୍ରଧାନ, ଅନ୍ତରଙ୍ଗ ସଭାପତି ଦିଲୀପକୁମାର ସାହୁ, ବିଳାସିନୀ ନାୟକ ପ୍ରମୁଖ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ