ବାଳକ ନିଖୋଜ, ପୁଲିସର ତଦନ୍ତ ଜାରି
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): ନନ୍ଦିପଦା ଥାନା ଅଧିନସ୍ଥ ଷଡଙ୍ଗ ଗ୍ରାମରେ କୌଣସି କାରଣକୁ ନେଇ ତିନିଜଣ ବାଳକଙ୍କ ମଧ୍ୟରେ ଝଗଡା ହେବା ଓ ସେହି ସମୟରୁ ଜଣେ ବାଳକର ପତ୍ତା ନମିଳିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ନିଖୋଜ ବାଳକର ବାପା ଥାନାରେ ଅଭିଯୋଗ କରିବାପରେ ନନ୍ଦିପଦା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୋଗରୁ ଜଣାଯାଇଛି ଯେ ଗ୍ରାମର କାଠିଆ ବାରିକଙ୍କ ପୁଅ କମଳାକାନ୍ତ ସହିତ ସେହି ଗ୍ରାମର ଶିବୁ ଓ ଲିପୁନୁ ନାମକ ଦୁଇ ବାଳକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା । ଗତ ତିନଦିନ ତଳେ କମଳାକାନ୍ତ ସାଇକେଲରେ ବିଲକୁ ଗୋବରଖତ ନେଇ ଯାଉଥିବାବେଳେ କଲେଜ ଛକ ନିକଟରେ ଶିବୁନ ଓ ଲିପୁନ ତାକୁ ମାରଧର କରି ତା ପାଖରୁ ସାଇକେଲ ଛଡାଇ ନେଇଥିଲେ । କିନ୍ତୁ ତା ପରଠାରୁ କମଳାକାନ୍ତର ପତ୍ତା ମିଳିପାରୁନି । ପରିବାର ଲୋକେ ବହୁ ସ୍ଥାନ ଖୋଜାଖେଜି କଲାପରେବି କୌଣସି ସନ୍ଧାନ ନମିଳିବାରୁ ବାପା କାଠିଆ ଏନଇ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ନନ୍ଦିପଦା ପୁଲିସ ଆଜି ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରିଛି ।