ମିଥ୍ୟା ଅଭିଯୋଗ ବିରୁଦ୍ଧରେ ଥାନା ଅଧିକାରୀଙ୍କୁ ଭେଟିଲେ ଗ୍ରାମବାସୀ
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): ନନ୍ଦିପଦା ଥାନାରେ ଗ୍ରାମବାସୀଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରିଥିବା ଜଣେ ଯୁବକ ବିରୁଦ୍ଧରେ ଗ୍ରାମବାସୀମାନେ ଥାନା ଅଧିକାରୀଙ୍କୁ ଭେଟିଛନ୍ତି । ଖବରରୁ ଜଣାଯାଇଛି ଯେ ଚଷାଖଣ୍ଡ ଗ୍ରାମର ଜଣେ ଯୁବକ ତିନିଦିନ ତଳେ ନିଶାଶକ୍ତ ଅବସ୍ଥାରେ ଗ୍ରାମରେ ପସି ଲୋକଙ୍କୁ ଗାଳି ଗୁଲଜ କରିଥିଲା । ଏନେଇ ଗ୍ରାମରେ ଭଦ୍ରଲୋକଙ୍କ ଉପସ୍ଥିତରେ ସଭାକରାଯାଇ ଉକ୍ତ ଯୁବକକୁ କ୍ଷମା ପ୍ରାର୍ଥନା ପାଇଁ କୁହାଯାଇôତଲା । ମାତ୍ର ଯୁବକ ଜଣକ ଏଥିରେ ଅରାଜି ହୋଇ କିଛି ଗ୍ରାମବାସୀଙ୍କ ବିରୁଦ୍ଧରେ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲା । ଏହାକୁନେଇ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇବା ସହ ଆଜି ଗ୍ରାମବାସୀମାନେ ନନ୍ଦିପଦା ଥାନାକୁ ଆସି ଥାନା ଆଇଆଇସିଙ୍କୁ ଭେଟି ଉକ୍ତ ଯୁବକର ମିଥ୍ୟା ଅଭିଯୋଗ ସମ୍ପର୍କରେ ଆଲୋଚନା କରିଛନ୍ତି ।


