ବାଳକ ବର୍ଗରେ ଅମ୍ରିତ ଅଭିଳାସ ଓ ବାଳିକା ବର୍ଗରେ ସ୍ମୃତି ପ୍ରଜ୍ଞା ଚମ୍ପିୟାନ
ଛତ୍ରପୁର, (ଦେବଦତ୍ତ ମହାରଣା) :ନୂତନ ବର୍ଷ ଅବସରରେ ସ୍ଥାନୀୟ ଇନଡୋର ଷ୍ଟାଡିୟମ ପରିସରରେ ଅଭ୍ୟାସ କରୁଥିବା ୧୫ ରୁ କମ୍ ବୟସର ବାଳକ ଓ ବାଳିକା ମାନଙ୍କୁ ନେଇ ଏକ ବ୍ୟାଟମିଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉ୍ଦଘାଟନ କରିବା ସହିତ ନିଜେ ବ୍ୟାଟମିଟନ ଖେଳି ଏହାର ଶୁଭାରମ୍ଭ କରିଥିଲେ । ଏହି ପ୍ରତିଯୋଗିତା ରେ ମୋଟ ୧୦ ଟି ମ୍ୟାଚ ଖେଳାଯାଇଥିଲା । ସିଙ୍ଗଲ ମ୍ୟାଚରେ ବାଳକ ବିଭାଗରେ ଅମ୍ରିତ ଅଭିଳାଶ ତ୍ରିପାଠୀ, ରନର୍ସ ଭାବେ କେ. ହର୍ଷିତ, ବାଳିକା ବିଭାଗର ସ୍ମୃତି ପ୍ରଜ୍ଞା ବେହେରା ରନର୍ସ ଭାବେ ଜ୍ୟୋର୍ତିମୟୀ ନାୟକ କୃତିତ୍ୱ ହାସଲ କରିଥିଲେ । ଉଦଯାପନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରିୟ ରଞ୍ଜନ ପୃଷ୍ଟିି ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ କୃତିତ୍ୱ ହାସଲ କରିଥିବା ଖେଳାଳୀ ମାନଙ୍କୁ ଟ୍ରଫି ସହ ପୁରଷ୍କାର ପ୍ରଦାନ କରିଥିଲେ । ସେହିପରି ଶାନ୍ତନା ମୂଳକ ଭାବେ ଅନ୍ୟ ଖେଳାଳୀ ମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା । ଡେପୁଟି କଲେକ୍ଟର ତଥା ଭାରପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ସୁକାନ୍ତ ଚନ୍ଦ୍ର ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କୋଚ୍ ଭାବେ ନିହାର ରଞ୍ଜନ ଦାଶ ଦାୟିତ୍ୱ ତୁଲାଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଅଭୟ କୁମାର ପଟ୍ଟନାୟକ ପରିଚାଳନାରେ ସହ ଯୋଗ କରିଥିଲେ ।