ବାଳିକାଙ୍କ ଆତ୍ମହତ୍ୟା, କାରଣ ଅଷ୍ପଷ୍ଟ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଧିନସ୍ଥ ଇଞ୍ଚୋଳ ଗ୍ରାମରେ ଜଣେ ନାବାଳିକା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବପା ଜଣାପଡିଛି । ବାଳିକା ଜଣକ ପରିଚୟ ନନ୍ଦିପଦା ଗ୍ରାମର କାଳନ୍ଦି ଚରଣ ମଲ୍ଲିକଙ୍କ ଝିଅ ସନ୍ଧ୍ୟାରାଣୀ (୧୭) ସବୁଦିନ ପରି ଗତକାଲି ରାତିରେ ଖାଇପିଇ ଘରେ ଶୋଇଥିଲେ । କିନ୍ତୁ ଶୁକ୍ରବାର ସକାଳେ ନିଜ ଘର ପାଖେ ଥିବା ଏକ ପରିତ୍ୟକ୍ତ ଘର ଭିତରେ ବେକରେ ରଶି ଲଗାଇ ସନ୍ଧ୍ୟାରାଣୀ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ଏନେଇ ପରିବାର ପକ୍ଷରୁ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ ନନ୍ଦିପଦା ଥାନା ଏସ.ଆଇ ଅରୁପ ସାମଲ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବାସହ ଶବକୁ ଜବଦ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇ ତଦନ୍ତ କରୁଛି । ପୋଷ୍ଟମଟମ ରିପୋର୍ଟ ଆସିବାପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ ସୁଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ