କବି ଶୁକଦେବଙ୍କ ସମୃତିସଭା

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ବଉଳା ସାହିତ୍ୟ ସଂସଦର ସମ୍ପାଦକ ତଥା କବି ଶୁକଦେବ ମଲ୍ଲିକଙ୍କ ସ୍ମୃତି ସଭା ଅଣାସ୍ଥିତ ବାସଭବନରେ ଅନୁଷ୍ଠିତ ସଭାପତି ବାଳକୃଷ୍ଣ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିସଭାରେ ବିଷ୍ଣୁପଦରଜ ମହାନ୍ତି, ରତ୍ନାକର ଦାସ, ଅନ୍ତର୍ଯ୍ୟାମୀ ରାଉତ, ବାଇଧର ମୁନି, ଚିନ୍ତାମଣୀ ଦାସ, ସୁରେନ୍ଦ୍ର କୁମାର ପରିଡା, କୈଳାଶ ଚନ୍ଦ୍ର ଘଡେଇ, ମୁରଲୀଧର ବେହେରା, ଅନନ୍ତ ଚରଣ ମୁଦୁଲି, ନୀଳମଣି ବାରିକ, ସୁବାସ ଚନ୍ଦ୍ର ପାତ୍ର, ଅନନ୍ତ ଚରଣ ଦେହୁରୀ, ଶ୍ରୀକାନ୍ତ ପଟ୍ଟନାୟକ, ଜ୍ୟୋତ୍ସ୍ନାରାଣୀ ଦାସ, ବନମାଳି ଜେନା, ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ନରେନ୍ଦ୍ର କୁମାର ବେହେରା, ନରହରି ରାଉତ, ବିଦ୍ୟୁତଲତା ଦେଓ, ସରଳା ମହାପାତ୍ର, ଜତିନ୍ଦ୍ର କୁମାର ମଲ୍ଲିକ, ହରିହର ସାମଲ, ଗୋଲକ ବିହାରୀ ନାୟକ, ହୃଷିକେଶ ସେଠୀ, ନରେନ୍ଦ୍ର ପ୍ରସାଦ ବେହେରା ପ୍ରମୁଖ କବିମାନେ ଯୋଗଦେଇ ସ୍ୱର୍ଗତ ଶୁକଦେବ ମଲ୍ଲିକଙ୍କ ସ୍ମୃତିଚାରଣ କରିବା ସହିତ ଶୁକଦେବଙ୍କ ଜିବନୀ ଉପରେ ଳିଖିତ କବିତା ମାନ ଅବୃତ୍ତି କରିଥିଲେ । ହାଟଡିହି ଅଞ୍ଚଳରେ ଓଡିଆ ଭାଷା ସାହିତ୍ୟର ବିକାଶ ପାଇଁ ସ୍ୱର୍ଗତ ମଲ୍ଲିକଙ୍କ ଭୁମିକା ଅବର୍ଣ୍ଣନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପୁତ୍ର ଚନ୍ଦ୍ରଶେଖର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିବାବେଳେ ପୁର୍ଣ୍ଣଚନ୍ଦ୍ର ମଲ୍ଲିକ, କାଳନ୍ଦୀ ମଲ୍ଲିକ, ମନୋଜ ମଲ୍ଲିକ, ପ୍ରଫୁଲ ମଲ୍ଲିକ, ଗୋବିନ୍ଦ, ସନ୍ଧ୍ୟା, ପ୍ରଭାତି, ପ୍ରଦୀପ, ବାପୁନୁ, କୁନୁ, ମୁନୁ, ବିକି, ରାଜା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ