ବାଳିକା ଉଚ୍ଚ ବିଦ୍ୟାଳୟରେ ସମ୍ବିଧାନ ଦିବସ

ବୁଗୁଡା,( ଅନିଲ କୁମାର ମହାରଣା): ବୁଗୁଡା ଶ୍ରୀ ବିରଞ୍ଚୀନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ନଭେମ୍ବର ୨୬ ତାରିଖ ଦିନ ସମ୍ବିଧାନ ଦିବସ ପାଳନ ହୋଇଯାଇଛି। ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଭାରତର ସମ୍ବିଧାନ ପୃଥିବୀର ଏକ ଶ୍ରେଷ୍ଠ ସମ୍ବିଧାନ ହୋଇଥିବା ମତ ପ୍ରକାଶ ପାଇଥିଲା। ୧୯୪୯ ମସିହା ନଭେମ୍ବର ୨୬ ତାରିଖ ଦିନ ଡ଼ଃ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଗଠିତ ସମ୍ବିଧାନ ପ୍ରଣୟନ ସଭାରେ ଆମ ଦେଶର ସମ୍ବିଧାନ ଗୃହୀତ ହେବା ସହ ୧୯୫୦ ଜାନୁୟାରୀ ୨୬ ତାରିଖରେ କାର୍ଯ୍ୟକାରୀ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଳାସ କୁମାର ପଳାଇ, ଅମୀୟ କୁମାର ଭୂୟାଁ, ଜଗନ୍ନାଥ ସୁତାର, ଲକ୍ଷ୍ମୀପ୍ରିୟା ବେହେରା, ରବି ନାରାୟଣ ବରିହା, ସୁବଳ କଅଁର, ବିଷ୍ଣୁପ୍ରିୟା ପତି, ସଂଘମିତ୍ରା ରଥ, ସୁକାନ୍ତି ରାଜଗୁରୁ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ