କଳାହାଣ୍ଡି ବିଜେପି ତରଫରୁ ସମ୍ବିଧାନ ଦିବସ ପାଳନ
କଳାହାଣ୍ଡି,(ୱାଇଏନ୍ଏସ୍): ୧୩୦ କୋଟି ଭାରତୀୟଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି ଆମର ସମ୍ବିଧାନ | ସମ୍ବିଧାନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବ | ଏହା ଦେଶ ବାସୀଙ୍କ ପାଇଁ ପବିତ୍ର ଗ୍ରନ୍ଥ ଓ ପଥ ପ୍ରଦର୍ଶକ ମଧ୍ୟ | ୧୯୪୯ ମସିହା ନଭେମ୍ବର ୨୬ ତାରିଖ ଦିନ ଗୃହୀତ ହୋଇଥିଲା ଭାରତୀୟ ସମ୍ବିଧାନ | ଏହି ପବିତ୍ର ଦିନଟିକୁ ସ୍ମରଣ କରିବା ତଥା ସମ୍ବିଧାନର ପ୍ରଣେତା ଡ଼ଃ.ବାବାସାହେବ ଆମ୍ବେଦକର ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦେଶ୍ୟ ରେ ସମଗ୍ର ଦେଶରେ ପାଳନ ହେଉଛି ୭୧ ତମ ସମ୍ବିଧାନ ଦିବସ | ଏହି ଅବସରରେ କଳାହାଣ୍ଡି ବିଜେପି ତରଫରୁ ସମ୍ବିଧାନ ଦିବସ ପାଳନ କରିବା ସହ ଜିଲ୍ଲା କାର୍ଯ୍ୟାଳୟ ଠାରେ ଦଳୀୟ କାର୍ଯ୍ୟକର୍ତା ମାନେ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ବାବା ସାହେବଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ତାଙ୍କର ସ୍ମୃତିଚାରଣ ମଧ୍ୟ କରିଥିଲେ | ପରେ ଦଳୀୟ କର୍ମୀ ମାନେ ଭବାନୀପାଟଣା ସହର ସ୍ଥିତ କୋର୍ଟ ପରିସରରେ ଥିବା ଡ଼ଃ.ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଥା ନକଟିଗୁଡା ଏବଂ ରେଳଷ୍ଟେସନ ଛକରେ ଥିବା ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଭବେନ୍ଦ୍ର ପଣ୍ଡା, ଜିଲ୍ଲା ପରିଷଦ ଉପାଧ୍ୟାକ୍ଷ ଭବସିନ୍ଧୁ ମଙ୍ଗରାଜ, ବରିଷ୍ଟ ନେତା ରମେଶ ମାଝୀ, ଜୟଶଙ୍କର ନାୟକ, ଦୟାନିଧି ନାୟକ, ସନ୍ତୋଷ ବିଶି ପ୍ରମୁଖ ଯୋଗ ଦେଇଥିଲେ |


