ବାସହୀନ ବସନ୍ତଙ୍କ ପରିବାରକୁ ସହାୟତାର ହାତ ବଢାଇଲେ କେନ୍ଦ୍ରାପଡା ବିଡିଓ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଞ୍ଚାୟତର ସାରଙ୍ଗ ଗ୍ରାମର ଅସହାୟ ବସନ୍ତ ରାଉତଙ୍କ ବାସଗୃହଟି ଗତ ଫନି ବାତ୍ୟାରେ ସଂପୂର୍ଣ୍ଣ ଭାଙ୍ଗିଯାଇଥିଲା । ସେ ଗତ ୩ବର୍ଷ ଧରି ୨ଝିଅ, ଗୋଟିଏ ପୁଅ ଏବଂ ପତ୍ନୀଙ୍କୁ ନେଇ ସପରିବାର ସାରଙ୍ଗ ପ୍ରାଥମିକ ବିଦ୍ୟାଳୟରେ ଆଶ୍ରୟ ନେଇଛନ୍ତି । ଏସମ୍ପର୍କରେ ଖବର ପାଇବା ପରେ କେନ୍ଦ୍ରାପଡା ମଣ୍ଡଳ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ଦାସ କିଛିଦିନ ପୂର୍ବରୁ ତାଙ୍କୁ ଭେଟି ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇ ଆସିଥିଲେ । ଗୁରୁବାର ବିଡିଓ ଶ୍ରୀ ଦାସ ବସନ୍ତଙ୍କ ପାଖରେ ପହଞ୍ଚି ଓଡିଶା ଜୀବିକା ମିଶନ ପାଣ୍ଠିରୁ ୫ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ଖୁବଶୀଘ୍ର ଗ୍ରାମୀଣ ଆବାସ ଯୋଜନାରେ ଏକ ବାସଗୃହ ଯୋଗାଇ ଦେବେ ବୋଲି ବସନ୍ତଙ୍କୁ ପ୍ରତିଶୃତି ଦେଇଥିବା ଜଣାପଡିଛି । ବସନ୍ତଙ୍କୁ କଥା ଦେଇ କଥା ରଖିଛନ୍ତି ବିଡିଓ ଶ୍ରୀ ଦାସ । ବିଡିଓ ଶ୍ରୀ ଦାସଙ୍କ ସହିତ ଏବିଡିଓ ଅନିରୁଦ୍ଧ ବେହେରା, ଯୁବନେତା ରଶ୍ମିରଞ୍ଜନ ଚୈାଧୁରୀ, ସମିତିସଭ୍ୟ ପ୍ରସନ୍ନ କୁମାର ରାଉତ, କେନ୍ଦ୍ରାପଡା ବ୍ଲକ ଜୀବିକା ମିଶନ ପକ୍ଷରୁ ଆଦିତ୍ୟ ନାରାୟଣ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ