ତୁରନ୍ତ ତଥ୍ୟ ପ୍ରଦାନ କରାନଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି ଗୁଡିକରେ ଗତ ୬ବର୍ଷ ୬ମାସ ମଧ୍ୟରେ ହୋଇଥିବା ନୂତନ ନିଯୁକ୍ତି ଓ ପୁନଃ ନିଯୁକ୍ତି ସମ୍ପର୍କରେ ସୂଚନା ଅଧିକାର ନିୟମରେ ତଥ୍ୟ ପ୍ରଦାନ ପାଇଁ ଏହି ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ମହୁ ଗ୍ରାମର ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ କେନ୍ଦ୍ରାପଡା ସମବାୟ ସମତି ସମୁହର ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟରେ ଗତ ଜୁନମାସ ୫ତାରିଖରେ ଆବେଦନ କରିଥିଲେ । ଆବେଦନର ଏକମାସ ପରେବି ତଥ୍ୟ ପ୍ରଦାନ କରାନଯିବାରୁ ଦୁଷ୍ମନ୍ତ ମବାୟ ସମତି ସମୁହର ସହକାରୀ ନିବନ୍ଧକଙ୍କ ତଥା ପ୍ରଥମ ଅପିଲ କତ୍ତୃପକ୍ଷଙ୍କ ନିକଟରେ ଗତ ଜୁଲାଇମାସ ୧୩ତାରିଖରେ ଆବେଦନ କରିଥିଲେବି ଅଦ୍ୟାବଧି ତାଙ୍କୁ କୈାଣସି ତଥ୍ୟ ମିଳିନଥିବା ସେ ଅତିରିକ୍ତ ଜିଲ୍ଲାପାଳ ଦୁର୍ଗା ପ୍ରସାଦ ମହାରଣାଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଶ୍ରୀ ଆଚାର୍ଯ୍ୟ କହିଛନ୍ତି ତଥ୍ୟ ପ୍ରଦାନ କରାନଯିବା ଦ୍ୱାରା ପ୍ରତିତ ହେଉଛି ଯେ ସମବାୟ ସମିତି ଗୁଡିକରେ ହୋଇଥିବା ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଛି । ତେଣୁ ତଥ୍ୟ ପ୍ରଦାନ କରାନଯାଇ ସେହି ଅନିୟମିତତାକୁ ଘଣ୍ଟଘୋଡାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଆସନ୍ତା ୧୦ଦିନ ମଧ୍ୟରେ ତାଙ୍କୁ ତଥ୍ୟ ପ୍ରଦାନ କରାନଗଲେ ଶ୍ରୀ ଆଚାର୍ଯ୍ୟ ଚଳିତମାସ ୨୯ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ