ବାସୁଦେବପୁର ମା ସରସ୍ଵତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ବାସୁଦେବପୁର(ଖଲିଙ୍ଗି) ମା ସରସ୍ଵତୀ ଶିଶୁ ମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୂଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବ୍ଳକ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାମଚନ୍ଦ୍ର ପଣ୍ଡା ଯୋଗ ଦେଇ ଦୀପ ପ୍ରଜ୍ଜ୍ଵଳନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଜ୍ଞାନ ବିଜ୍ଞାନ ମେଳା ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ମୋହିଗୁଡା ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଭାକର ସେଠୀ ଯୋଗ ଦେଇ ବିଜ୍ଞାନ ବିଷୟରେ ଶିଶୁ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ। ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ତପନ କୁମାର ରଥ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ବିଚାରକ ରୂପେ ଏରେଣ୍ଡ୍ରା ଗ୍ରାମର ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରତାପ କୁମାର ରଥ, ବାସୁଦେବପୁର ପ୍ରାଥମିକ ବିଦ୍ୟାଳୟର ସଞ୍ଜୟ ବିଶୋୟୀ, ଖଲିଙ୍ଗୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଜୟ ବେହେରା, ସଞ୍ଜୟ ବେହେରା,ଶିବ ଶଙ୍କର ଜେନା, ଆଡପଡା ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ କାଳୁ ଚରଣ ଜେନା, ନିସ୍ତିପୁର ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁଧାଂଶୁ ଶେଖର ରଥ, ସିଙ୍ଗିପୁର କ୍ଳଷ୍ଟର ସିଆରସିସି ମନୋଜ କୁମାର ପ୍ରଧାନ , କଉଡିଆ ନିଗମ ଶିକ୍ଷା କେନ୍ଦ୍ରର ବିଜ୍ଞାନ ଶିକ୍ଷକ ଗୌରୀ ଶଙ୍କର ସ୍ୱାଇଁ ବିଚାରକ ରୂପେ ଯୋଗ ଦେଇ ଶିଶୁ ମାନଙ୍କ ପ୍ରକଳ୍ପର ମୂଲ୍ୟାଙ୍କନ କରିଥିଲେ । ଏହି ଜ୍ଞାନ ବିଜ୍ଞାନ ମେଳା ରେ ମୋଟ 146 ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ ସେଥିମଧ୍ୟରୁ ଶିଶୁ ବର୍ଗ ରେ 43 ଜଣ, ବାଲ ବର୍ଗ 75 ଜଣ, କିଶୋର ବର୍ଗ ରେ 28 ଜଣ ଶିଶୁ ଭାଗ ନେଇଥିଲେ। ସେହିଭଳି ସମାରୋପ କାର୍ଯ୍ୟକ୍ରମରେ ଡେଙ୍ଗାଡି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବାଳକୃଷ୍ଣ ଡାକୁଆ ଆଜ୍ଞା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ଉପସଭାପତି ଶ୍ରୀଯୁକ୍ତ ଗଣେଶ ରାଉତ ଏବଂ ସଦସ୍ୟ ନାରାୟଣ ମହାପାତ୍ର ଯୋଗ ଦେଇ ଶିଶୁ ମାନଙ୍କୁ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ। ଅନୁଷ୍ଠାନର ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ଜେନା ଏବଂ ବିଜ୍ଞାନ ପ୍ରମୂଖ ଶ୍ରୀମାନ ଟୁକୁନା ବେହେରା ତତ୍ତ୍ଵାବଧାନରେ ସମ୍ପୂର୍ଣ୍ଣ ବିଜ୍ଞାନ ମେଳା ପରିଚାଳିତ ହୋଇଥିଲା l ଜନନୀ ମହାଙ୍କୁଡ ଗୁରୁମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନୁଷ୍ଠାନର ଶାରୀରିକ ପ୍ରମୂଖା ସୁଶ୍ରୀ ଶ୍ରୁତି ରାଣୀ ପ୍ରଧାନ ଗୁରୁମା ଓ ଚିତ୍ତରଞ୍ଜନ ସୁଆଁସିଆ ଗୁରୁଜୀ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ନୀଳାଞ୍ଚଳ ରଥ ଗୁରୁଜୀ ଓ ଶ୍ରୁତି ରାଣୀ ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ। ଏହିଭଳି ଭାବେ ସମସ୍ତ ଗୁରୁଜୀ ଗୁରୁମା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସୁରୁଖୁରୁରେ ଶେଷ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ