ଯମରାଜା କରନ୍ତି କର୍ମର ବିଚାର

ମୃତ୍ୟୁ ପରେ ଆତ୍ମା ସ୍ୱର୍ଗ କିମ୍ବା ନର୍କକୁ ଯାଇଥାଏ ବୋଲି ରହିଛି ବିଶ୍ୱାସ । କିନ୍ତୁ କେବେ କୌଣସି ମନ୍ଦିରକୁ ଆତ୍ମା ଯିବା କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ । ଏଭଳି ମନ୍ଦିର ହିମାଚଳପ୍ରଦେଶର ଚମ୍ବାରେ ଅଛି । ମନ୍ଦିରକୁ କେବଳ ଆତ୍ମା ଯାଇଥାନ୍ତି ବୋଲି ଲୋକେ କୁହନ୍ତି । ରାଜଧାନୀ ଦିଲ୍ଲୀଠାରୁ ୫ ଶହ କି.ମି ଦୂରରେ ଏହି ମନ୍ଦିର ରହିଛି । ଏହି ମନ୍ଦିରଟି ଏକ ସାଧାରଣ ଘର ପରି । ମନ୍ଦିରଟି ଯମରାଜାଙ୍କ ପାଇଁ ସମର୍ପିତ । ମନ୍ଦିରରେ ଯମରାଜା ରୁହନ୍ତି ବୋଲି ଲୋକେ କୁହନ୍ତି । ମନ୍ଦିର ଭିତରେ ଆଉ ଗୋଟିଏ ବଖରାରେ ରୁହନ୍ତି ଚିତ୍ରଗୁପ୍ତ । କୁହାଯାଏ ଏହି ମନ୍ଦିର ଭିତରେ ୪ଟି ଦ୍ୱାର ଅଛି । ଯମଦୂତମାନେ ଏହି ବାଟ ଦେଇ ଆତ୍ମାକୁ ନିଜ କର୍ମ ଅନୁସାରେ ସ୍ୱର୍ଗ କିମ୍ବା ନର୍କକୁ ନେଇଥାନ୍ତି । ତେବେ ଏପର୍ଯ୍ୟନ୍ତ କେହି ବି ଏହି ମନ୍ଦିର ଭିତରକୁ ଯିବାକୁ ସାହସ କରିନାହାନ୍ତିି । କେବଳ ବାହାରୁ ପ୍ରଣାମ କରି ଚାଲିଯାଇଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ