ବାସ୍ତୁ: ଚାନ୍ଦି ହସ୍ତୀ
ପରିବାରରେ ସୁଖଶାନ୍ତି ବଜାୟ ରଖିବାକୁ ଆଜିକାଲି ଲୋକମାନେ ବିଭିନ୍ନ ପୂଜାପାଠ କରିବା ସହ ଗ୍ରହ ମୁଦି ଧାରଣ କରୁଛନ୍ତି । ତେବେ ବେଳେବେଳେ ଯେତେ ପୂଜାପୂଜି କଲେ ମଧ୍ୟ ଶାନ୍ତିର ବାତାବରଣ ଆସିନଥାଏ । ଏହାର କାରଣ ବାସ୍ତୁଦୋଷ ମଧ୍ୟ ହୋଇପାରେ । ଏଥିରୁ ମୁକ୍ତି ପାଇବା ପାଇଁ ଘରେ ଚାନ୍ଦି ହସ୍ତୀ ବା ରୂପାର ହାତୀ ରଖନ୍ତୁ । ରୂପାର ହାତୀ ଘରେ ରଖିବା ଦ୍ୱାରା ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରବିତ୍ମାନେ ମତ ଦେଇଥାନ୍ତି । ଆସନ୍ତୁ ଜାଣିବା ଘରେ ଚାନ୍ଦି ହାତୀ ରଖିଲେ କ’ଣ ସୁଫଳ ମିଳେ ।
ଘରେ କୌଣସି ଦୋଷ ଥିଲେ ଚାନ୍ଦି ହସ୍ତୀ ରଖିବା ଦ୍ୱାରା ତାହା ନାଶ ହୋଇଥାଏ ।
ନକାରାତ୍ମକ ଉର୍ଜା ଦୂର କରିବାରେ ଚାନ୍ଦି ହସ୍ତୀ ବିଶେଷ ଭୂମିକା ଗ୍ରହଣ କରିଥାଏ ।
ଦମ୍ପତିଙ୍କ ମଧ୍ୟରେ କଳିଗୋଳ ଲାଗୁଥିଲେ ଶୋଇବା କକ୍ଷରେ ଚାନ୍ଦି ହସ୍ତୀ ରଖିବା ଉଚିତ ।
ଏକ ଲାଲ ରଙ୍ଗର କପଡ଼ାରେ ଚାନ୍ଦି ହସ୍ତୀକୁ ଗୁଡ଼ାଇ ଘର କିମ୍ବା ଅଫିସର ଆଲମାରୀରେ ରଖିବା ଦ୍ୱାରା ଧନ ଅଭାବ ରହିନଥାଏ ।
ବ୍ୟବସାୟିକ ପ୍ରତିଷ୍ଠାନର ଉତ୍ତର ଦିଗରେ ଚାନ୍ଦି ହସ୍ତୀ ରଖିଲେ ବ୍ୟବସାୟରେ ଉତ୍ତରୋତ୍ତର ଉନ୍ନତି ଘଟିଥାଏ ।