ଶିବଙ୍କ ପାଖରେ ଗଞ୍ଜେଇ ଭୋଗର ରହସ୍ୟ

କୁହାଯାଏ ଯେ, ଭଗବାନ ବିଷ୍ଣୁ ଏବଂ ଶିବଙ୍କୁ ଆରାଧନା କଲେ ମନସ୍କାମନା ପୂରଣ ହୋଇଥାଏ । ଶିବଙ୍କୁ ସନ୍ତୁଷ୍ଟ କରିବାକୁ ଗଞ୍ଜେଇ ଭୋଗ କରାଯାଏ । ଗଞ୍ଜେଇ ଭୋଗ ଭଗବାନ ଶିବଙ୍କ ପ୍ରିୟ । ହେଲେ କାହିଁକି ପ୍ରିୟ ଜାଣିଛନ୍ତି କି? ଏହାକୁ ନେଇ ପୁରାଣରେ ଅନେକ କାହାଣୀ ରହିଛି ।
ଥରେ ଭଗବାନ ଶିବ ପାର୍ବତୀଙ୍କ ସହ ଝଗଡ଼ା କରି ହିମାଳୟରୁ ଚାଲିଆସି ଏକ ବଗିଚାରେ ଭ୍ରମଣ କରୁଥିଲେ । ହଠାତ୍ ଏକ ଗଞ୍ଜେଇ ଗଛ ମୂଳରେ ତାଙ୍କ ପାଦ ଖସିଯିବାରୁ ଭଗବାନ ଶିବ ସେହି ଗଛ ମୂଳରେ ବସି ପଡ଼ିଥିଲେ ଏବଂ ଗଞ୍ଜେଇ ଗଛରୁ କିଛି ପତ୍ର ଆଣି ଚୋବାଇବାରୁ ତାଙ୍କ ଶରୀରକୁ ଉର୍ଜା ମିଳିଲା ଓ ତାଙ୍କୁ ଫୂର୍ତ୍ତି ଅନୁଭୂତ ହେଲା । ସେହିଦିନଠାରୁ ଶିବ ପାର୍ବତୀଙ୍କୁ ଗଞ୍ଜେଇ ଭୋଗ ଦେବାକୁ କହିଥିଲେ । ଅନ୍ୟ ଏକ କାହାଣୀ ଅନୁସାରେ ଅମୃତ ପିଇ ଅମରତ୍ୱ ପ୍ରାପ୍ତି ହେବା ପାଇଁ ଦେବତା ଓ ରାକ୍ଷସ ମିଶି ସମୁଦ୍ର ମନ୍ଥନ କରିଥିଲେ । ସେହି ସମୟରେ ସମୁଦ୍ରରୁ ବିଷ ବାହାରିଥିଲା । ଭଗବାନ ଶିବ ସେହି ବିଷ ପାନ କରି ଦେବତା ଓ ରାକ୍ଷସଙ୍କ ଜୀବନ ବଞ୍ଚାଇବା ସହିତ ସମଗ୍ର ବିଶ୍ୱକୁ ରକ୍ଷା କରିଥିଲେ । ବିଷର ଜ୍ୱାଳାକୁ କମ୍ କରିବା ପାଇଁ ଭଗବାନ ଶିବ ଶଙ୍କର ଗଞ୍ଜେଇ ଖାଇଥିଲେ । ସେହିଦିନଠାରୁ ଶିବଙ୍କ ପାଖରେ ଗଞ୍ଜେଇ ଭୋଗ କରାଯାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ