“ବାସ୍ତୁ ରତ୍ନାକର’ର ଲୋକାର୍ପଣ ଉତ୍ସବ

ପୁରୀ (ଜୁଗାବ୍ଦ ନ୍ୟୁଜ୍‍): ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ନିର୍ମାଲ୍ୟ’ ଆନୁକୂଲ୍ୟରେ ଡଃ ଚକ୍ରଧରଙ୍କ ରଚିତ ପୁସ୍ତକ “ବାସ୍ତୁ ରତ୍ନାକର’ ର ଲୋକାର୍ପଣ ଉତ୍ସବ ନିର୍ମାଲ୍ୟର ସଭାପତି ବଦ୍ରି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଦ୍ଘାଟକ ରୂପେ ନ୍ୟାୟମୂର୍ତ୍ତି ରଞ୍ଜନ କୁମାର ଶରଣ, ଅମ୍ବୁଜ ମୋହନ ଦାସ, ରତିକାନ୍ତ ମହାପାତ୍ର, ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଅଧ୍ୟକ୍ଷ ପ୍ରଫେସର ହରେକୃଷ୍ଣ ମହାପାତ୍ର, ମୁକ୍ତ ସ୍ୱାଧାୟକେନ୍ଦ୍ର ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ସେନାପତି, ଉତ୍କଳ ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗ ପ୍ରାକ୍ତନ ମୁଖ୍ୟ ପଣ୍ଡିତ ଗୋପାଳକୃଷ୍ଣ ଦାଶ, ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ମଧୁସୂଦନ ଦାଶ ଅତିଥି ଭାବେ ଯୋଗଦେଇ ବିଜ୍ଞାନ, ଜ୍ୟୋତିଷ, ବାସ୍ତୁ ଓ ଧର୍ମର ମହାମିଳନରେ ସମାଜରେ ଶୃଙ୍ଖଳିତ ଓ ମାର୍ଜିତ ହୁଏ ବୋଲି ମତବ୍ୟକ୍ତ କରିଥିଲେ । ନିର୍ମାଲ୍ୟର ସଂପାଦକ ଅଧ୍ୟାପକ ବିଶ୍ୱନାଥ ମିଶ୍ରଙ୍କ ସଂଯୋଜନା ଓ ସଞ୍ଚାଳନରେ ଆୟୋଜିତ ଏହି ଉତ୍ସବରେ ତିରୁପତି ବିଶ୍ୱବିଦ୍ୟାଳୟର ସତ୍ୟନାରାୟଣ ଆଚାର୍ଯ୍ୟ ଓ ବାସ୍ତୁ ଗବେଷକ ଚକ୍ରଧର ମହାପାତ୍ର ପୁସ୍ତକର ସମୀକ୍ଷା କରିଥିବା ବେଳେ ପୁସ୍ତକର ମାର୍ଗଦର୍ଶକ ରମାକାନ୍ତ ଦାଶ, ପ୍ରକାଶକ କଟକର ତାରା ତାରେଣୀ ବୁକ୍ଷ୍ଟୋର ଓ ସମର୍ପଣ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଶିକ୍ଷାବିତ୍ ପରିକ୍ଷୀତ ସାହୁ, ଶ୍ୟାମପ୍ରକାଶ ସେନାପତି, ଭଗବାନ ସାମନ୍ତରାୟ, ଦେବଦତ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ । ଏଥିରେ ପୁସ୍ତକର ପ୍ରକାଶକ କୃଷ୍ଣକେଶବ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ଡଃ କଲ୍ୟାଣୀ ନନ୍ଦୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ