ବାହାଘର ପରେ ରୋଷେଇ ଶିଖିଛନ୍ତି ସୋନମ

ବଲିଉଡ ନାୟିକା ସୋନମ କପୁର ଆଜିକାଲି କମ୍ ସମୟ ମୁମ୍ବାଇରେ ରହୁଛନ୍ତି । ଅଧିକ ସମୟରେ ତାଙ୍କୁ ସ୍ୱାମୀ ଆନନ୍ଦ ଅହୁଜାଙ୍କ ସହ ଲଣ୍ଡନରେ ରହିବାକୁ ପଡ଼ୁଛି । ଏଭଳି ସମୟରେ ତାଙ୍କ ସଂପର୍କରେ ଏକ ମଜାଦାର ଖବର ମିଳିଛି । ତାହା ହେଲା କି ସେ ରାଷେଇ କରିବା ଶିଖି ଯାଇଛନ୍ତି । ଏକଥାର ଖୁଲାସା କରିଛନ୍ତି ସୋନମଙ୍କ ବାପା ଅଭିନେତା ଅନୀଲ କପୁର । ତେବେ ଝିଅ ସୋନମଙ୍କ ହାତ ରନ୍ଧା ଖାଦ୍ୟ ଏଯାଏଁ ସେ ଚାଖି ନ ଥିବା କହିଛନ୍ତି । କିନ୍ତୁ ସୋନମ୍ ଭଲ ରାଷେଇ କରୁଥିବା କହିଛନ୍ତି ଅନୀଲ । ସୋନମ  କପୁର ଏଇ ନିକଟରେ ଫିଲ୍ମ ଜୋୟା ଫାକ୍ଟରରେ ନଜର ଆସିଥିଲେ । ଏଥିରେ ତାଙ୍କ ବିପକ୍ଷରେ ଦଲକୀର ସଲମାନଙ୍କୁ ହିରୋ ଭୂମିକାରେ ଦେଖିବାକୁ ମିଳିଥିଲା । ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ ହୋଇଥିଲା । ଏହା ପୂର୍ବରୁ ସୋନମ ଅନୀଲ କପୁରଙ୍କ ସହିତ “ଏକ ଲଡକୀ କୋ ଦେଖା ତୋ ଏସା ଲଗା’ରେ ପ୍ରଥମ ଥରଲାଗି କାମ କରିଥିଲେ । ଏଥିରେ ସୋନମ ଜଣେ ସମଲିଙ୍ଗୀ ଝିଅର ଭୂମିକା ନିଭାଇଥିଲେ । ଏହି ଫିଲ୍ମଟି ମଧ୍ୟ ଫ୍ଲପ୍ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ