ଫେରି ପାରନ୍ତି ଇସା

ବଲିଉଡ୍ ନାୟିକା ଇସା ଦେୱାଲ ପୁଣିଥରେ ପରଦା ମୁହାଁ ହୋଇଛନ୍ତି ବୋଲି ଖବର ମିଳିଛି । ବିବାହ ଓ ମାତୃତ୍ୱ ଲାଭ ପରେ ସେ ବଡ ପରଦାରୁ ଦୂରେଇ ଯାଇଥିଲେ । ହେଲେ ଏବେ ପୁଣିଥରେ ଭଲ କାହାଣୀ ଓ ଭଲ ଚରିତ୍ର ମିଳିଲେ ସେ ପୁଣିଥରେ ଅଭିନୟ କରିବେ ବୋଲି କହିଛନ୍ତି । ତେବେ ପୂର୍ବଭଳି ସେ ଗୋଟିଏ ପ୍ରକାର ଚରିତ୍ରରେ ଅଭିନୟ କରିବେ ନାହିଁ ବୋଲି କହିଛନ୍ତି । ୨୦୦୨ରେ ପ୍ରଥମେ ବଲିଉଡରେ ଡେବ୍ୟୁ କରିଥିଲେ ଇସା । ଯଦିଓ ତାଙ୍କ ପ୍ରଥମ ଫିଲ୍ମ ବକ୍ସ ଅଫିସରେ ହିଟ୍ ହୋଇ ନ ଥିଲା ଇସାଙ୍କ ଅଭିନୟକୁ କିନ୍ତୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ । ଆଉ ତୁଷାର କପୁରଙ୍କ ସହ ତାଙ୍କ ଯୋଡିକୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ । ହେଲେ ଏବେ ଇସା କାହାସହ ପରଦାକୁ ଫେରୁଛନ୍ତି ତାକୁ ଅପେକ୍ଷା ରଖିଛନ୍ତି ଦର୍ଶକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ