ବାହାଘର ଭୋଜିରେ ପ୍ରଶାସନ ର ଚଢ଼ାଉ
ଗଞ୍ଜାମ,(ଓ୍ବାଇଏନ୍ଏସ୍):ଗଂଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପାଞ୍ଚୟତ ର ଅରୁଣପୁର ଗ୍ରାମରେ ରମେଶ ମହାଙ୍ଗୁଡ଼ ଙ୍କ ପୁଅ ଶିଶିର ର ବାହାଘର ଭୋଜି ଆରମ୍ବ ହେବା ପୂର୍ବରୁ ଖବର ପାଇ ଗଂଜାମ ତହସିଲଦାର ଅବନୀ କୁମାର ସାହୁ ଚଢ଼ାଉ କରିଥିବା ଦେଖାଯାଇଛି ।ପ୍ରଶାସନର ବିନା ଅନୁମତି ରେ ବାହାଘର ଭୋଜି କରାଯିବା ନେଇ ତାଗିତ କରିବା ସହ ଫାଇନ ପକାଇଥିଲେ । ପରେ ରନ୍ଧାଯାଇଥିବା ଭୋଜି ଖାଦ୍ୟ କୁ ସେଠାରେ ନ ଖାଇ ସମଦୁରତା ରଖାକରି ପାର୍ଶଲ କରିବାକୁ ଅନୁମତି ଦେବା ସହ ଏହା କାର୍ଯ୍ୟକାରୀ ହେଉଛି ନା ନାହିଁ ତାକୁ ତଦାରଖ କରିବା ପାଇଁ ପୋଲିସ ଜଗିଥିଲେ ।ଏହି ଚଢ଼ାଉ ସମୟରେ ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ଦଳବେହେରା, ଏଆରଆଇ ପ୍ରତିମା ବେହେରା, ଙ୍କ ସମେତ ରାମ୍ଭା ଓ ହୁମ୍ମା ପୋଲିସି ଉପସ୍ଥିତ ଥିଲେ ।