ରମ୍ଭାରେ ଭ୍ରାମ୍ୟମାଣ ଚାରା ବଣ୍ଟନ

ରମ୍ଭା,(ଓ୍ବାଇଏନ୍ଏସ୍):ଗଞ୍ଜାମ ବ୍ଲକ ଅନ୍ତର୍ଗତ ରମ୍ଭା ସହରର ମିଞ୍ଚିଣିପାଟଣା ମଝିସାହି ଓ ତଳସାହିରେ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ ଓ ଗାୟତ୍ରୀ ପରିବାର ଵିଶ୍ଵ ମଙ୍ଗଳ ଗୋ କଲ୍ୟାଣ ସମିତିର ମିଳିତ ଉଦ୍ୟମରେ ଭ୍ରାମ୍ୟମାଣ ଚାରା ବଣ୍ଟନ ବନାଞ୍ଚଳ ଅଧିକାରୀ ନଗେନ କୁମାର ପଣ୍ଡାଙ୍କ ଦ୍ଵାରା କରା ଯାଇଥିଲା।ଵୃକ୍ଷ ଗଙ୍ଗା ଅଭିଯାନ ଅବସରରେ ଗାୟତ୍ରୀ ପରିବାର ଵିଶ୍ଵ ମଙ୍ଗଳ ଗୋ କଲ୍ୟାଣ ସମିତି ରମ୍ଭା ମୁଖ୍ୟ ସଂଯୋଜକ ପଞ୍ଚାନନ ଖଟୁଆ ଓ ଶିକ୍ଷକ ଶେଷଦେବ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଭ୍ରାମ୍ୟମାଣ ଚାରା ବଣ୍ଟନ କାର୍ଯ୍ୟକର୍ମରେ ମିଞ୍ଚିଣିପାଟଣା ଗ୍ରାମର ପୂର୍ବତନ ସଭାପତି ଗୁରୁମୂର୍ତ୍ତି ରେଡ୍ଡୀ, ଯୁବ ସମାଜସେବୀ ଜେ.ଭାସ୍କର ପାତ୍ର,ଯୁଧିଷ୍ଠିର ରେଡ୍ଡୀ,ବନ କର୍ମଚାରୀ ଗୌରାଙ୍ଗ ପ୍ରଧାନ ଓ ଚିନ୍ତାମଣି ବେହେରା ଏବଂ ଗାୟତ୍ରୀ ପରିବାରର ଶାଖା ସଂଯୋଜକ ଝଡ଼ିଆ ନାହାକ,ଉମାକାନ୍ତ ସାହୁ ସମେତ ଯୋଗଦେଇ ଚାରା ବଣ୍ଟନ କରିଥିଲେ।ଗ୍ରାମର ପ୍ରତି ପରିବାରକୁ ଦୁଇ ଲେଖାଏଁ ଚାରା ଯୋଗାଇ ଦିଆଯାଇ ତାର ଉପଯୁକ୍ତ ଯତ୍ନ ନେବାକୁ ଅନୁଷ୍ଠାନ ତରଫରୁ ଆହ୍ୱାନ କରାଯାଇଥିଲା।ପରିବେଶ ଓ ପ୍ରକୃତିର ସୁରକ୍ଷା ପାଇଁ ବିଭିନ୍ନ କିସମର ପ୍ରାୟ ୫୦୦ ଚାରା ବଣ୍ଟନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ