ରାଜ୍ୟ ଓ ଦେଶ ବାହାରେ ଥିବା ଲୋକେ ଶତ୍ରୁସୋଲ ଗ୍ରାମକୁ ନ ଆସିବା ପାଇଁ ନିଷ୍ପତ୍ତି ନେଲେ ପରିବାର ଲୋକେ

ଗଞ୍ଜାମ,( ୱାଇଏନ୍‌ଏସ୍‌); କରୋନା ସଂକ୍ରମଣକୁ ମାତ ଦେବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜମ ବିଡ଼ିଓ ଦିନରାତି ଗୋଟିଏ କରିଦେଥିବା ବେଳେ ଏଥିରେ ସହଯୋଗର ହାତ ବଢାଇଛନ୍ତି ଗଂଜାମ ବ୍ଳକର ସୁବଳୟା ପଞ୍ଚୟାତର ଶତୃସୋଲ ଗ୍ରାମବାସୀ । ଲକଡାଉନ ଉଠିବା ପରେ ରାଜ୍ୟ ଓ ଦେଶ ବାହାରେ ଥିବା ଲୋକମାନେ ଗ୍ରାମକୁ ଫେରିବା ପାଇଁ ପଞ୍ଜିକରଣ କରୁଥିବା ବେଳେ ଉକ୍ତ ଗ୍ରାମର ଯେଉଁ ଲୋକମାନେ ବାହାରେ ଅଛନ୍ତି ସେମାନଙ୍କ ପରିବାର ଲୋକେ ଗ୍ରାମକୁ ଏବେ ନ ଆସିବା ପାଇଁ ଅନୁରୋଧ କରିବା ସହ ଗ୍ରାମରେ ସ୍ୱତଃପ୍ରଭୁତ ଭାବେ ଏ ନିଷ୍ପତ୍ତି ରେ ସହଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି ।ଫଳରେ ଗ୍ରାମ ବାସୀ ଏକ ବୈଠକ କରି ଏହାକୁ ସ୍ୱାଗତ କରିବା ସହ ଏ ସଂପର୍କରେ ସ୍ଥାନୀୟ ସରପଞ୍ଚ କବିତା ସ୍ବାଇଁ, ଗଂଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ, ଗଂଜାମ ଜିଲ୍ଲାପାଳ ବିଜୟଅମୃତା କୁଲାଙ୍ଗେ ଙ୍କୁ ଅବଗତ କରାଇଛନ୍ତି ।ଯାହାଫଳରେ ଲକଡାଉନ ପରେ ଗଂଜାମ ଜିଲ୍ଲା ରେ ଶତ୍ରୁସୋଲ ଗ୍ରାମ ପ୍ରଥମ ଯେକି କୌଣସି ବାହାର ଲୋକ ଆସିବେନି , ଯାହା ଜିଲ୍ଲା ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ।ଏହି ବୈଠକରେ ସମିତି ସଭ୍ୟ ସୁରଥ ପ୍ରଧାନ, ଗ୍ରାମ୍ୟ କମିଟି ସଭାପତି ବିକ୍ରମ ପଲେଇ, ଅବସର ପ୍ରାପ୍ତ ପୋଲିସି ଅଧିକାରୀ ଗୋଲକ ପଲେଇ, ପୂର୍ବତନ ସଭାପତି ଆର୍ତ୍ତଚରଣ ପଲେଇ, ୱାଡ଼ସଭ୍ୟ ବିଭୁତି ଭୂଷଣ ସୁର ପ୍ରମୁଖ ଉପସ୍ଥିତ ଥିଲେ ।ଶତ୍ରୁସୋଲ ଗ୍ରାମ ବାସୀଙ୍କ ଏପରି ନିଷ୍ପତ୍ତି କୁ ପ୍ରଶାସନ ପ୍ରଶଂସା କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ